ପେଟ୍ରୋଲ ଦରବୃଦ୍ଧି ! ମୋଦି କହିଥିଲେ କଣ, କରୁଛନ୍ତି କଣ ?

36

ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମନମୋହନ ସିଂହଙ୍କର ୟୁପିଏ ସରକାରଙ୍କୁ ମହଙ୍ଗା ପଡିଥିଲା । ଏପରିକି ଏହି କାରଣ ଯୋଗୁଁ ୟୁପିଏ ସରକାର ଗାଦିଚ୍ୟୁତ ହୋଇଥିଲା । ସେତେବେଳେ ଏହି କାରଣକୁ ନେଇ ସ୍ୱର ଉତ୍ତୋଳନ କରିଥିଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି । ଯିଏକି ସେତେବେଳେ ଏତେ ପ୍ରଭାବଶାଳୀ ନଥିଲେ ।

୨୦୧୨ ମେ ମାସରେ ୟୁପିଏ ସରକାର ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧିରେ ମଞ୍ଜୁରୀ ଦେଇଥିଲେ । ଆଉ ଏହା ପରେ ପେଟ୍ରୋଲର ମୂଲ୍ୟ ଅଚାନକ ୭.୫୪ ଟଙ୍କା ପ୍ରତି ଲିଟର ବଢି ଯାଇଥିଲା । ନୂଆ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୩.୧୮ ଟଙ୍କାରେ ପହଞ୍ଚିଥିଲା । ଆଉ ଏବେ ମଧ୍ୟ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୩.୭୩ ଟଙ୍କାରେ ବିକ୍ରି ହେଉଛି ।

ସେତେବେଳେ ଗୁଜୁରାଟର ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି ପେଟ୍ରୋଲ ଡିଜେଲର ବର୍ଦ୍ଧିତ ମୂଲ୍ୟକୁ କଂଗ୍ରେସ ସରକାରଙ୍କ ବିଫଳତା ବୋଲି କହିଥିଲେ । ଏହାର ଏକ ସପ୍ତାହ ପରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ମୂଲ୍ୟ ବିରୋଧରେ ଭାରତୀୟ ଜନତା ପାର୍ଟି ଭାରତ ବନ୍ଦ ଡାକରା ଦେବା ସହ ବାମ ମୋର୍ଚ୍ଚା ସହ ହାତ ମିଳାଇଥିଲା । ୨୦୧୩ ମାର୍ଚ୍ଚ ମାସରେ ପାଖାପାଖି ୯ମାସ ପରେ ପୁଣି ଥରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଥିଲା । ଆଉ ଏହାକୁ ନେଇ ବିଜେପି ପାର୍ଲାମେଣ୍ଟରେ ହୋ ହାଲ୍ଲା କରିଥିଲା ।

୨୦୧୩ ଜୁନ ମାସରେ, ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ୟୁପିଏ ସରକାରକୁ ଟାର୍ଗେଟ କରିଥିଲା ଭାରତୀୟ ଜନତା ପାର୍ଟି । ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦି କହିଥିଲେ ଯେ, ଗତ ୯ବର୍ଷରେ ଭାରତୀୟ ଅର୍ଥନୀତିରେ ହ୍ରାସ ଘଟିବାର କାରଣ ହେଉଛି ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏବଂ ବିଜେପିର ସମସ୍ତ ଅଧିକାରୀ କହିଛନ୍ତି ଯେ, ଭାରତର ଅର୍ଥନୀତି ଦୁନିଆର ପ୍ରମୁଖ ଅର୍ଥନୀତି ବ୍ୟବସ୍ଥା ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି । କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ଦର ନିୟନ୍ତ୍ରଣମୁକ୍ତ ଏବଂ ବୃଦ୍ଧି ଘଟିଛି । ଏପରିକି ଅଏଲ ସବସିଡିର ମଧ୍ୟ କୌଣସି କାର୍ଯ୍ୟକାରିତା ଦେଖିବାକୁ ମିଳିନାହିଁ ।

କଣ ଘଟିଛି ୨୦୧୪ ନିର୍ବାଚନ ପରେ ?
ଇନ୍ଧନ ବୃଦ୍ଧି ପ୍ରତିବାଦରେ ବିଜେପିର ଅଭିଯାନ ଗତ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏତେ ନିରନ୍ତର ଥିଲା ଯେ, ମନମୋହନ ସିଂହଙ୍କ ସରକାର ଏପ୍ରିଲ ୨୦୧୪ ମସିହାରେ ଡିଜେଲର ବୃଦ୍ଧି ଉପରେ ଆଲୋଚନା କରିଥିଲେ ।
ଏହି ନିର୍ବାଚନରେ ଏକ ଗମ୍ଭୀର ପ୍ରତିକ୍ରିୟା ଅନୁଭୂତ ହୁଏ ଯେ, ଯାହା କି ବାସ୍ତବରେ ୨୦୧୪ ଲୋକସଭା ନିର୍ବାଚନରେ ମୋଦି ଢେଉ ରୂପରେ ଉଭା ହେବାର କାରଣ ପାଲଟିଥିଲା ।

rising-petrol-prices-what-narendra-modi-saidଅଶୋଧିତ ତୈଳ ଦର ବୃଦ୍ଧି ମୋଦି ସରକାରକୁ ସ୍ୱାଗତ କରିଥିଲା । ଗତ ବର୍ଷ ଏହି ସଙ୍କେତକୁ ପ୍ରଦର୍ଶିତ କରିବା ପୂର୍ବରୁ ଗତ ତିନି ବର୍ଷ ପୂର୍ବରୁ ଏହା ଏକ ସ୍ୱପ୍ନ ଥିଲା । ଅଶୋଧିତ ତୈଳର ଭାରତୀୟ ମୂଲ୍ୟ ୨୦୧୪ ମେ ମାସରେ ୧୧୩ ଡଲାର ପ୍ରତି ବ୍ୟାରେଲ ରୁ ୨୦୧୫ ଜାନୁଆରୀ ପର୍ଯ୍ୟନ୍ତ ହ୍ରାସ ଘଟି ୫୦ ଡଲାର ହୋଇଥିଲା । ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଭାଗ୍ୟକୁ ଧନ୍ୟବାଦ ଦେବାକୁ ଇସାରା ଦେଇଥିଲା ।

ନୂଆଦିଲ୍ଲୀ ଠାରେ ୨୦୧୫ ଫେବୃଆରୀ ମାସରେ, ଏକ ନିର୍ବାଚନ ରାଲି ସମୟରେ ମୋଦି କହିଥିଲେ ଯେ, ସେ ନିଜକୁ ଭାଗ୍ୟବାନ ବୋଲି ମାନିନେଇଛନ୍ତି, କିନ୍ତୁ ଲୋକମାନଙ୍କର ପଇସା ମଧ୍ୟ ବଞ୍ଚିପାରିଛି । ମୋଦିଙ୍କ ଭାଗ୍ୟ ଯଦି ଲୋକଙ୍କୁ ଲାଭ ଦେଉଛି ତେବେ ତାଙ୍କ ଠାରୁ ଅଧିକ ଭାଗ୍ୟଶାଳୀ ଆଉ କିଏ ବୋଲି ମୋଦି କହିଥିଲେ । ଯଦି ମୋଦିଙ୍କ ଶୁଭକାମନା କାରଣରୁ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟୁଛି ତେବେ କାହାକୁ ବଦନାମ କରିବାର କୌଣସି ଆବଶ୍ୟକତା ନାହିଁ ।ତେବେ ମୋଦିଙ୍କର ଏହି ଭାଗ୍ୟ ୨୦୧୭ ମଧ୍ୟଭାଗ ପର୍ଯ୍ୟନ୍ତ ଜାରି ରହିଥିଲା । ୨୦୧୬ ମସିହାରେ କିଛି ସମୟ ପାଇଁ ଅଶୋଧିତ ତୈଳର ମୂଲ୍ୟ ୨୯ ଡଲାର ପ୍ରତି ବ୍ୟାରେଲ ରହିଥିଲା ।

ମୋଦି ସରକାର କିଭଳି ଏହାକୁ ମୁକାବିଲା କରିଥିଲେ ?
ପେଟ୍ରୋଲ ଓ ଡିଜେଲର ଉତ୍ପାଦନ ଶୁଳ୍କରେ ମେ ୨୦୧୪ ରୁ ସେପ୍ଟେମ୍ବର ୨୦୧୭ ମଧ୍ୟରେ ୧୨ ଗୁଣା ବୃଦ୍ଧି ଘଟିଛି । ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବର ମାସରେ ୨ଟଙ୍କା ପ୍ରତି ଲିଟର ହ୍ରାସ ଘଟିଥିଲା । Petroleum Planning and Analysis Cell ( PPAC) ର ତଥ୍ୟ ଅନୁସାରେ, ପେଟ୍ରୋଲର ଉତ୍ପାଦନ ଶୁଳ୍କ ୫୪ ପ୍ରତିଶତ ବଢାଯାଇଥିଲା । ଭାଟ ୪୬ପ୍ରତିଶତ ଏବଂ ଡିଲର କମିଶନ ୭୩ ପ୍ରତିଶତ ବୃଦ୍ଧି ହୋଇଥିବା ଦର୍ଶାଯାଇଥିଲା । ସେହିଭଳି ଡିଜେଲ କ୍ଷେତ୍ରରେ ମଧ୍ୟ, ମେ ୨୦୧୪ରୁ ସେପ୍ଟେମ୍ବର ୨୦୧୭ ମଧ୍ୟରେ ଉତ୍ପାଦନ ଶୁଳ୍କ ୧୫୪ ପ୍ରତିଶତ ବୃଦ୍ଧି ଘଟିଥିଲା ।

ଗତ ବର୍ଷ ଅକ୍ଟୋବର ମାସରେ, ମୋଦି ସରକାର ୨ ଲିଟର ପର୍ଯ୍ୟନ୍ତ ଟ୍ୟାକ୍ସରେ ହ୍ରାସ କରିଥିଲେ । ତେବେ ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶ ବ୍ୟତୀତ ଆଉ କୌଣସି ରାଜ୍ୟ ଏହି ଦିଗକୁ ମାନିନଥିଲେ । କେନ୍ଦ୍ର ସରକାର କହିଥିଲେ ଯେ, ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦନ ଶୁଳ୍କରେ ହ୍ରାସ କରିବାରୁ ୨୬୦୦୦ କୋଟି ଟଙ୍କା କ୍ଷତି ହୋଇଥିଲା । ନଭେମ୍ବର ୨୦୧୪ ରୁ ଜାନୁଆରୀ ୨୦୧୬ ପର୍ଯ୍ୟନ୍ତ ପେଟ୍ରୋଲର ମୂଲ୍ୟରେ ଶୁଳ୍କ ୧୧.୭୭ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ଦରରେ ୧୩.୪୭ ଟଙ୍କା ପ୍ରତି ଲିଟର ବୃଦ୍ଧି ଘଟିଛି । ଗତ ୧୫ ମାସରେ ସରକାର ତୈଳରୁ ନିଜ ରାଜସ୍ୱକୁ ଦୁଇଗୁଣା ବଢାଇ ୨୦୧୪-୧୫ରେ ୯୯,୦୦୦ କୋଟି ଟଙ୍କା କରିଦେଇଛନ୍ତି । ସେହିଭଳି ୨୦୧୬-୧୭ ରେ ଏହା ୨୪୨,୦୦୦ କୋଟିରେ ପହଞ୍ଚିଛି ।

କଣ ରହିଛି ପେଟ୍ରୋଲ ଏବଂ ଡିଜେଲର ବର୍ତ୍ତମାନ ସ୍ଥିତି ?
ଚଳିତ ବର୍ଷ ଫେବୃଆରୀ ୧ତାରିଖରେ ହୋଇଥିବା ବଜେଟରେ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦନ ଶୁଳ୍କରେ ହ୍ରାସ ଘଟିଥିବା ଦାବି କରିଥିଲେ । କିନ୍ତୁ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ଦାବିକୁ ଧ୍ୟାନ ଦେଇନଥିଲେ ।ତେବେ ଆଜି ନୂଆଦିଲ୍ଲୀରେ ପେଟ୍ରୋଲ ଦର ୭୩.୭୩ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । ସେହିପରି ଡିଜେଲର ମୂଲ୍ୟ ୬୪.୫୮ ଟଙ୍କା ପ୍ରତି ଲିଟର ରହିଛି ।

ତେବେ ଭାରତର ବର୍ତ୍ତମାନର ପେଟ୍ରୋଲ ଓ ଡିଜେଲର ମୂଲ୍ୟ, ଦକ୍ଷିଣ ଏସିଆ ଦେଶଗୁଡିକ ତୁଳନାରେ ଉଚ୍ଚ ସ୍ତରରେ ରହିଛି । ପ୍ରତି ଲିଟର ପେଟ୍ରୋଲ ଏବଂ ଡିଜେଲରେ ଜିଏସଟି ଲାଗୁ କରିଯିବା ନେଇ ଦାବି ହୋଇଛି । ଯଦି ଏପରି ହୁଏ, ତେବେ ପେଟ୍ରୋଲର ଦର ୩୮ ଟଙ୍କା ପ୍ରତି ଲିଟର ହେବାର ସମ୍ଭାବନା ରହିଛି ।