ୠଷି କପୁରଙ୍କ ଚଗଲାମି ! ପ୍ରିନ୍ସ ହ୍ୟାରୀ ଏବଂ ଅଭିନେତ୍ରୀ ମେଗନଙ୍କ ଫନି ଭିଡିଓ କରି ଟ୍ୱିଟରରେ ଦେଲେ ଶୁଭେଚ୍ଛା ।

53
ପ୍ରିନ୍ସ ହ୍ୟାରୀ ଏବଂ ଅଭିନେତ୍ରୀ ମେଗନ ମର୍କେଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପୁରା ଦୁନିଆରେ ଦୁହିଁଙ୍କ ରାଜକୀୟ ବିବାହର ଖୁସି ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ କାହାକୁ ଖାତିର ନକରି ଟୁଇଟ କରି ଚର୍ଚ୍ଚାରେ ରହୁଥିବା ଋଷି କପୁର ନିକଟରେ ତାଙ୍କ ଟ୍ୱିଟରରେ ଏକ ଫନି ଭିଡିଓ ସେୟାର କରିଛନ୍ତି । ସବୁଠାରୁ ବଡ କଥା ହେଲା ଏହି ଫନି ଭିଡିଓ ଆଉ କାହାର ନୁହେଁ ବରଂ ପ୍ରିନ୍ସ ହ୍ୟାରୀ ଏବଂ ମେଗନ ମର୍କେଲଙ୍କର ।ଭିଡିଓରେ ଓରିଜିନାଲ ଅଡିଓ କାଟି ରାଜ କପୁରଙ୍କ ଏକ ଡାଇଲଗ ଦିଆଯାଇଛି । ଭିଡିଓକୁ ଲୋକେ ଖୁବ ସେୟାର କରୁଥିବା ଦେଖିବାକୁ ମିଳିଛି । ଭିଡିଓ କ୍ୟାପସନରେ ଋଷି କପୁର ଲେଖିଛନ୍ତି ବିବାହ ସମୟରେ ଡବିଂ ଭିଡିଓ । କେବଳ ଭାରତରେ ରିଲିଜ ପାଇଁ । ୨୨ ସେକେଣ୍ଡର ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରିବା ସହିତ ଲାଇକ ଏବଂ କମେଣ୍ଟ ମଧ୍ୟ କରୁଛନ୍ତି ।