ଋଷି ଶୁକ୍ଳା ହେବେ ସିବିଆଇର ନୂଆ ମୁଖ୍ୟ ! ଋଷିଙ୍କ ନାଁରେ ମୋହର ମାରିଲେ ସିଲେକ୍ଟ କମିଟି

136

ଋଷି ଶୁକ୍ଳା ହେବେ ସିବିଆଇର ନୂଆ ନିର୍ଦ୍ଦେଶକ । ୧୯୮୩ ବ୍ୟାଚ ମଧ୍ୟପ୍ରଦେଶ କ୍ୟାଡର ଆଇପିଏସ ଅଫିସର ଋଷି ଶୁକ୍ଳାଙ୍କୁ ନୂଆ ସିବିଆଇ ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି । ହାଇଲେଭଲ ଚୟନ କମିଟି ଶୁକ୍ଳାଙ୍କୁ ନୂଆ ସିବିଆଇ ନିର୍ଦ୍ଦେଶକ ଭାବେ ମନୋନୀତ କରିଛନ୍ତି । ମୋଦିଙ୍କ ନେତୃତ୍ୱରେ ଗଠିତ ହାଇଲେଭଲ ଚୟନ କମିଟିରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଓ ମୁଖ୍ୟ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନେ ଖଡଗେ ମଧ୍ୟ ସାମିଲ ଥିଲେ ।

ଏହାପୂର୍ବରୁ ଋଷି ଶୁକ୍ଳା ମଧ୍ୟପ୍ରଦେଶର ପୋଲିସ ଡିଜି ଭାବେ କାମ କରୁଥିଲେ । ସିବିଆଇ ମୁଖ୍ୟ ଭାବେ ଋଷିଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତ କରିଛି ସିଲେକ୍ଟ କମିଟି । ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ପାଇବା ପରେ ଋଷିଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି । ଖାସକରି ସିବିଆଇରେ ଯେଉଁ ବିବାଦ ଦେଖାଦେଇଥିଲା ଓ ଲୋକଙ୍କ ମନରେ ସିବିଆଇକୁ ନେଇ ପ୍ରଶ୍ନ ଉଠିଥିଲା ତାହାକୁ ଦୂର କରିବା ଋଷିଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହେବ  ।