ରିଷି ମୃତ୍ୟୁ ସହ ବିବାଦୀୟ ସେକ୍ସ ସିଡିର ସମ୍ପର୍କ! ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ରିଷିର ଜଣେ ବନ୍ଧୁ

37

କନକ ବ୍ୟୁରୋ: ରିଷି ମୃତ୍ୟୁ ସହ ବିବାଦୀୟ ସେକ୍ସ ସିଡିର କଣ ରହିଛି ସମ୍ପର୍କ । ସେ ନେଇ କନକ ନ୍ୟୁଜ୍ ଆଗରେ ମୁହଁ ଖୋଲିଛନ୍ତି ରିଷିର ଜଣେ ବନ୍ଧୁ । ଗତକାଲି ଡିସିପି ସତ୍ୟବ୍ରତ ଭୋଇ ଓ ମାମଲାର ତଦନ୍ତ ଦାୟିତ୍ୱରେ ଥିବା ଜୋନ-୩ ଏସିପି ତପନ ପଟ୍ଟନାୟକଙ୍କ ଆଗରେ ବୟାନ ଦେଇଥିଲେ ସଂପୃକ୍ତ ବନ୍ଧୁ । ତାଙ୍କ ସହ ରିଷିଙ୍କ ଆଉ ଦୁଇ ଜଣ ବନ୍ଧୁଙ୍କ ବି ୧୬୧ ଧାରାରେ ବୟାନ ରେକର୍ଡ ହୋଇଥିଲା । ତେବେ ଗଣମାଧ୍ୟମକୁ ଏନେଇ ପୋଲିସ କୌଣସି ସୂଚନା ଦେଇନଥିଲା । କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ବୟାନ ଦେଇଛନ୍ତି ସଂପୃକ୍ତ ଛାତ୍ର ଜଣକ ।

ବିବାଦୀୟ ସେକ୍ସ ସିଡି ଓ ରିଷି ମୃତ୍ୟୁ ମାମଲାର ତଦନ୍ତ କରୁଛି ପୋଲିସ । ଗତକାଲି ରିଷିଙ୍କ ୩ ଜଣ ବନ୍ଧୁଙ୍କୁ ଡାକି ପଚରାଉଚରା କରାଯାଇଛି । ଆଜି ମଧ୍ୟ ରିଷିଙ୍କ ଆଉ ତିନି ଜଣ ବନ୍ଧୁଙ୍କୁ ପଚରାଉଚରା କରିଛି ପୋଲିସ । ତେବେ ମାମଲାର ତଦନ୍ତ ନେଇ ଗଣମାଧ୍ୟମକୁ ପୋଲିସ କିଛି ସୂଚନା ଦେଇନାହିଁ । ଏଭଳି ସ୍ଥିତିରେ ଆଜି ମିଡିଆ ଆଗରେ ମୁହଁ ଖୋଲିଛନ୍ତି ରିଷିଙ୍କ ବନ୍ଧୁ । ସେପଟେ ରିଷି ମୃତ୍ୟୁ ମାମଲାକୁ ନେଇ ପୋଲିସ କୌଣସି ଚାପରେ ନଥିବା କହିଛନ୍ତି ପୋଲିସ ଡିଜି କେବି. ସିଂ । ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି ସେ କହିଛନ୍ତି ।