ରିଷି ମୃତ୍ୟୁ ମାମଲାରେ ପୁଲିସର ତନାଘନା : ସାଙ୍ଗ ଓ ହଷ୍ଟେଲ ମେଟଙ୍କୁ ପଚରାଉଚରା

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରିଷି ମୃତ୍ୟୁ ମାମଲାରେ ତାଙ୍କ ମାଆ ସାନି ଏଫଆଇଆର ଦାଖଲ କରିବା ପରେ ତନାଘନା ଆରମ୍ଭ କରିଛି ଖଣ୍ଡଗିରି ଥାନା ପୁଲିସ । ବିଶେଷ କରି ଏଫଆଇଆରରେ ଉଲ୍ଲେଖ ଥିବା ରିଷିଙ୍କ ସାଙ୍ଗ ଓ ହଷ୍ଟେଲ ମେଟଙ୍କୁ ଘଟଣା ସଂପର୍କରେ ପଚରାଉଚୁରା କରୁଛି । ଗତକାଲି ରିଷିଙ୍କ ୩ଜଣ ବନ୍ଧୁଙ୍କୁୁ ଜେରା କରିଥିବାବେଳେ ଆଜି ଆଉ ଜଣେ ବନ୍ଧୁ ଶୁଭେନ୍ଦୁ ଦାସଙ୍କୁ ଥାନାକୁ ଡକାଇ ଜେରା କରିଛି ।

ଆଶୁତୋସ ମହାନ୍ତି ଓରଫ ରିଷିଙ୍କ ମୃତ୍ୟୁ କେମିତି ହେଲା ସେନେଇ ତାଙ୍କ ବନ୍ଧୁ କେମିକାଲ ଇଞ୍ଜିନିୟରିଂ ଛାତ୍ର ଶୁଭେନ୍ଦୁଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛି । ତେବେ ରିଷି ନିଜେ ଡ୍ରଗ୍ସ ନେଇଥିବା ପୁଲିସକୁ କହିଛନ୍ତି ଶୁଭେନ୍ଦୁ । ତାଙ୍କୁ କେହି ଡ୍ରଗ୍ସ ଦେଇନଥିଲେ ଏବଂ ଓଭରଡୋଜ୍ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ସେ ଅନୁମାନ କରିଛନ୍ତି ।