ଋଷି ମୃତ୍ୟୁ ଘଟଣାରେ ମୋଡ : ଅଧିକ ଅନୁସନ୍ଧାନ ପାଇଁ ଖଣ୍ଡଗିରି ଥାନାରେ ଏତଲା ଦେଲେ ଋଷିଙ୍କ ମାଆ

42

କନକ ବ୍ୟୁରୋ : ବିବାଦୀୟ ସେକ୍ସ ସିଡି ଓ ଋଷି ମୃତ୍ୟୁ ଘଟଣାକୁ ନେଇ ପୁରା ରାଜଧାନୀ ଉଠୁଥିବା ପଡୁଥିବାବେଳେ ସାନି ଏତଲା ଦେଇଛନ୍ତି ଋଷିଙ୍କ ମାଆ । ପୁଅ ମୃତ୍ୟୁର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଖଣ୍ଡଗିରି ଥାନାରେ ସେ ପୁଣି ଏକ ଏଫଆଇଆର ଦେଇଛନ୍ତି ।

ପୂର୍ବରୁ ଥାନାରେ ଏତଲା ହୋଇଥିଲେ ମଧ୍ୟ ତଦନ୍ତ କେତେବାଟ ଆଗେଇଛି ସେନେଇ ପୋଲିସ ତାଙ୍କୁ କିଛି ସୂଚନା ଦେଇନାହିଁ । ଏବେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଋଷିଙ୍କ ବାନ୍ଧବୀ ଓ ଅନ୍ୟ ବନ୍ଧୁମାନଙ୍କ ବୟାନରୁ ଜଣାପଡୁଛି, ଋଷି ମୃତ୍ୟୁର ପ୍ରକୃତ କାରଣ ସେମାନଙ୍କୁ ଜଣାଥାଇ ପାରେ । ତେଣୁ ପୁଅ ମୃତ୍ୟୁର ପ୍ରକୃତ କାରଣ ଖୋଜି ବାହାର କରିବା ପାଇଁ ସେ ପୋଲିସକୁ ଲେଖି ଜଣାଇଛନ୍ତି ।

ଏଥିସହ ଋଷି ମୃତ୍ୟୁର ପୂର୍ବଦିନ ଏକା ରୁମରେ ରହୁଥିବା ବାପୁଜୀନଗର ଅଂଚଳର ସୌରଭ କୁମାର ନନ୍ଦଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି । ସେପଟେ ଏବେ ଅଟକି ଯାଇଥିବା ତଦନ୍ତକୁ ଆଗକୁ ବଢାଇବାକୁ ନିଷ୍ପତି ନେଇଛି । ଏନେଇ ଜୋନ୍ ଥ୍ରୀ ଏସିପିଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଡିସିପି କହିଛନ୍ତି ।