କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କୁ ଏକାଠି ଦେଖିବା ପାଇଁ ଚାହାନ୍ତି ବଲିଉଡ ଅଭିନେତା ଋଷି କପୁର ! କହିଲେ, ବନ୍ଧୁମାନେ ମିଳିଯାଅ

26

ହାସ୍ୟଭିନେତା କପିଲ ଶର୍ମା ଓ ସୁନୀଲ ଗ୍ରୋଭର ପୁଣି ଥରେ ଏକାଠି ହେବା ଖବର ଶୁଣିବା ପାଇଁ କେବେ ଠାରୁ ଅପେକ୍ଷାରେ ଅଛନ୍ତି ଦିର୍ଶକ । କିନ୍ତୁ ଉଭୟେ ଏକାଠି କାମ କରିବାର କୌଣସି ଆଶା ଦେଖା ଯାଉନାହିଁ । ଏହି ଦୁଇ ଜଣଙ୍କୁ ମିଶାଇବା ପାଇଁ ସାଥୀ କଳାକାର ବହୁତ ଚେଷ୍ଟା କରି ସାରିଛନ୍ତି, କିନ୍ତୁ ଏକାଠି କାମ କରିବା ପାଇଁ ଦୁହେଁ ନାରାଜ ।

ଏନେଇ ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁର ମଧ୍ୟ ଉଭୟଙ୍କୁ ଏକାଠି କାମ କରିବା ପାଇଁ ଅନୁରୋଧ କରିଛନ୍ତି । ଋଷି କପୁର ଟ୍ୱିଟିରରେ ଉଭୟେ ପୁଣି ଥରେ ଏକାଠି ହୁଅନ୍ତୁ ବୋଲି ତାଙ୍କର ଇଚ୍ଛା ଜାହିର କରିଛନ୍ତି । ଋଷି କପୁର କହିଛନ୍ତି, ଆଇପିଏଲ ସନ ରାଇଜର ହାଇଦରାବାଦ ଟିମରେ କପିଲ ଶର୍ମା ପରି ଜଣେ ବ୍ୟକ୍ତି ଅଛନ୍ତି । କେହି କଣ ବିପକ୍ଷ ଟିମରେ ସୁନୀଲ ଗ୍ରୋଭରକୁ ଦେଖିଛନ୍ତ କି ?

ଏହା ସହ ଉଭୟେ ପୁଣି ଥରେ ଏକାଠି ହୋଇଯାଅ ବୋଲି ଅନୁରୋଧ କରିଛନ୍ତ । ମଜାଳିଆ ଢଙ୍ଗରେ ଏହି ଟ୍ୱିଟର ଉତ୍ତରରେ ସୁନୀଲ ଗ୍ରୋଭର କହିଛନ୍ତି ସାର ଏବେ ମୁଁ ରିଟାୟାର୍ଡ ହର୍ଟ ହୋଇଯାଇଛି । ଆଉ ଏହି ଟିମରେ ଖେଳିପାରିବିନି । ସୁନୀଙ୍କ ଏପରି  ଜବାବରୁ ଆପଣ ମାନେ ଅନୁମାନ କରି ପାରୁଥିବେ କି ଏବେ ସୁନୀଲ ସୋ କୁ ଫେରିବା ପାଇଁ ବିଲକୁଲ ଆଗ୍ରହୀ ନୁହଁନ୍ତି ।

ଏହାସହ ଦେଖନ୍ତୁ : କପିଲଙ୍କ ପାଇଁ ନୂଆ ସମସ୍ୟା ! ଏବେ ସୋ’ରୁ ସିଦ୍ଧୁ ହେଲେ ଗାୟବ