ରୋହିତଙ୍କ ସ୍ଥାନ ନେଲେ ରିଷଭ ! ଟେଷ୍ଟ ସିରିଜ ପାଇଁ ମିଳିଲା ଡାକରା, ପ୍ରଥମ ତିନୋଟି ଟେଷ୍ଟରେ ଖେଳିବେନି ଭୁବନେଶ୍ୱର କୁମାର ।

3

ଆଇପିଏଲରେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ଫେଭରିଟ୍ ହୋଇପାରିଥିବା ଯୁବ ବ୍ୟାଟ୍ସମ୍ୟାନ୍ ତଥା ୱିକେଟକିପର ରିଷଭ ପନ୍ଥଙ୍କୁ ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପାଇଁ ଡାକରା ମିଳିଛି । ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ଏହି ଯୁବ ତାରକା । ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ ଟେଷ୍ଟ ମ୍ୟାଚ ଶୃଙ୍ଖଳାର ପ୍ରଥମ ୩ଟି ଟେଷ୍ଟ ପାଇଁ ବୁଧବାର ଭାରତୀୟ ଟିମ ଘୋଷଣା ହୋଇଛି, ଯେଉଁଥିରେ ପନ୍ଥଙ୍କ ନାମ ସାମିଲ ରହିଛି । ଦ୍ରୁତ ବୋଲର ମହମ୍ମଦ ସାମି ଟିମକୁ ଫେରିଛନ୍ତି । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ବୁଧବାର ଟିମ୍ ଘୋଷଣା କରିଛି ।

ଇଂଲଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳାରେ ବାହାରେ ଥିବା ଯଶପ୍ରୀତ ବୁମରାଙ୍କୁ ଟିମରେ ସ୍ଥାନ ମିଳିଛି କିନ୍ତୁ ସେ ଆଘାତ ଯୋଗୁଁ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିପାରିବେ ନାହିଁ । ଟେଷ୍ଟ ଟିମର ନିୟମିତ ଓ୍ଵିକେଟକିପର- ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହ ସଂପୂର୍ଣ୍ଣ ରୂପେ ଆଘାତରୁ ଭଲ ହୋଇ ନାହାନ୍ତି । ସାହ ଆଘାତ ହେବା ପରେ ଆଫଗାନିସ୍ଥାନ ବିପକ୍ଷରେ ଟେଷ୍ଟରେ ଦିନେଶ କାର୍ତ୍ତିକ ୮ ବର୍ଷ ପରେ ଫେରିଥିଲେ ।

ଅନ୍ତିମ ତଥା ୩ୟ ଦିନିକିଆରେ ଭୁବନେଶ୍ୱର କୁମାରଙ୍କୁ ଆଘାତ ଲାଗିଛି । ଏଥି ପାଇଁ ତାଙ୍କୁ ଟିମରେ ଚୟନ କରାଯାଇ ନାହିଁ । ଫିଟନେସ ଟେଷ୍ଟ ଆଧାରରେ ତାଙ୍କୁ ଚୟନ କରାଯିବ । ବିସିସିଆଇ ବରିଷ୍ଠ ଚୟନ ସମିତି କରୁଣ ନାୟରଙ୍କୁ ଟିମରେ ସ୍ଥାନ ଦେଇଛି ।

ଭାରତ ବନାମ ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳା- କାର୍ଯ୍ୟକ୍ରମ :

ପ୍ରଥମ ଟେଷ୍ଟ: ଅଗଷ୍ଟ ୧ରୁ ୫, ବର୍ମିହାମ

ଦ୍ୱିତୀୟ ଟେଷ୍ଟ: ଅଗଷ୍ଟ ୯ରୁ ୧୩, ଲଡସ୍

ତୃତୀୟ ଟେଷ୍ଟ: ଅଗଷ୍ଟ ୧୮ରୁ ୨୨, ନଟିଂହାମ୍

ଚତୁର୍ଥ ଟେଷ୍ଟ: ଅଗଷ୍ଟ ୩୦ରୁ ସେପଟେମ୍ବର ୩, ସାଉଥମଟନ୍

ପଞ୍ଚମ ଟେଷ୍ଟ: ସେପଟେମ୍ବର ୭ରୁ ୧୧, ଦ ଓଭାଲ

Comments are closed.