ରିଷଭ ପନ୍ଥଙ୍କୁ ଇଂଳଣ୍ଡ ଟିକେଟ: ଆଘାତ ପ୍ରାପ୍ତ ଶିଖର ଧାୱନଙ୍କ ଷ୍ଟାଣ୍ଡବାଏ ଖେଳାଳୀ ଭାବେ ଦଳରେ ରହିବେ ପନ୍ଥ

କାଲି ସୁଦ୍ଧା ନଟିଂ ହାମରେ ପହଚିଂବାକୁ ନିର୍ଦ୍ଦେଶ; ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ୩ ସପ୍ତାହ ଯାଏଁ ଖେଳିବେନି ଶିଖର ଧାୱନ

2,258

କନକ ବ୍ୟୁରୋ: ବିସିସିଆଇର ସବୁଜ ସଂକେତ ପରେ ଇଂଲଣ୍ଡ ଗଲେ ରିଷଭ ପନ୍ଥଙ୍କୁ । ଆଘାତପ୍ରାପ୍ତ ଶିଖର ଧାୱାନଙ୍କ ଷ୍ଟାଣ୍ଡବାଏ ଖେଳାଳି ଭାବେ ବିଶ୍ୱକପ ଦଳରେ ରହିବେ ପନ୍ଥ । ସେ ଇଂଲଣ୍ଡରେ ପହଁଚିବା ପରେ ଅଭ୍ୟାସ କରିବେ । କିନ୍ତୁ ଧାୱାନଙ୍କ ଖେଳିବା ନେଇ ଚୂଡାନ୍ତ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ପନ୍ଥ ବିଶ୍ୱକପରେ ଖେଳିପାରିବେ ନାହିଁ ।

ସୂଚନା ଅନୁସାରେ ଧାୱାନଙ୍କ ଆଘାତ ନେଇ ଆଇସିସି ଟେକନିକାଲ ଟିମକୁ ରିପୋର୍ଟ ଦେବ ଭାରତୀୟ ଟିମ୍ ମ୍ୟାନେଜମେଂଟ । ଏହା ପରେ ଧାୱନଙ୍କ ରିପ୍ଲେସମେଂଟ ପାଇଁ ଅନୁରୋଧ କରାଯିବ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ବେଳେ ଆଙ୍ଗୁଠିରେ ଆଘାତ ପାଇଥିବା ଶିଖର ଧାୱନଙ୍କୁ ବିଶ୍ରାମ ଦିଆଯାଇଛି । ବ୍ୟାଟିଂ ବେଳେ ବୁଢା ଆଙ୍ଗୁଠିରେ ଆଘାତ ପାଇଥିବା ଶିଖରଙ୍କ ସ୍କାନ ପରେ ହାଡ ଫାଟିଯାଇଥିବା ଜଣାପଡିଛି । ତେଣୁ ଅତିକମରେ ତାଙ୍କୁ ୩ ସପ୍ତାହ ବିଶ୍ରାମ ନେବାପାଇଁ ପଡିବ ।

image courtesy – iccworldcupthemesong.com

ତାଙ୍କ ସ୍ଥାନରେ ଲୋକେଶ ରାହୁଲ, ରୋହିତ ଶର୍ମାଙ୍କ ସହ ବ୍ୟାଟିଂ ଓପନ୍ କରିବେ । ଆଉ ରିଷଭ ୪ ନମ୍ବରରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବେ । ପୁଣି ଜଣେ ଖେଳାଳି ଆହତ ହେଲେ ଧାୱନଙ୍କୁ ସୁଯୋଗ ମିଳିପାରେ । ବିଶ୍ୱକପ୍ ଦଳରେ ରିଷଭ ପନ୍ଥ ସ୍ଥାନ ନପାଇବା ନେଇ ପ୍ରଥମରୁ ବିବାଦ ଲାଗିରହିଥିଲା । ପରେ ଚୟନକର୍ତ୍ତା ତାଙ୍କୁ ରିଜର୍ଭ ଖେଳାଳି ଭାବେ ଘୋଷଣା କରିଥିଲା ।