ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ଟକ୍କର । ଅନ୍ତିମ ଦ୍ୱାଦଶରେ ଋଷଭ ପନ୍ଥକୁ ସୁଯୋଗ । ଧୋନିଙ୍କ ଉପରେ ଭଲ ପ୍ରଦର୍ଶନ କରିବାର ଚାପ

45

କନକ ବ୍ୟୁରୋ: ଆଜି ଠାରୁ ଭାରତ ୱେଷ୍ଟଇଣ୍ଡିଜ୍ ଦିନିକିଆ ଟକ୍କର । ୫ ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ଗୌହାଟୀରେ ଖେଳାଯିବ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ପାଇଁ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ଥକୁ ମିଳିଛି ସୁଯୋଗ । ୱାନଡେ କ୍ୟାପ୍ ପିନ୍ଧିବେ ଏହି ଧମାକା ସୃଷ୍ଟି କରୁଥିବା କ୍ରିକେଟର । ମିଡିଲ ଅର୍ଡରରେ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଥିବା ସତ୍ୱେ ଋଷଭଙ୍କୁ ଟିମ୍ ମ୍ୟାନେଜମେଂଟ୍ ୧୨ ଜଣିଆ ତାଲିକାରେ ସ୍ଥାନ ଦେଇଛି । ଟେଷ୍ଟ ସିରିଜରେ ଋଷଭଙ୍କ ଧୁଆଁଧାର ପ୍ରଦର୍ଶନ ପରେ ତାଙ୍କୁ ଏହି ସୁ୍ଯୋଗ ମିଳିଛି ।

ଅନ୍ୟପଟେ ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ଭଲ ପ୍ରଦର୍ଶନ କରିବାର ଚାପ ରହିଛି । ତେବେ ସେ ଆସନ୍ତା ବିଶ୍ୱକପ୍ ପର୍ଯ୍ୟନ୍ତ ଟିମର ୱିକେଟ କିପର ରହିବେ ବୋଲି ବିସିସିଆଇ ସୂଚନା ଦେଇ ସାରିଛି । ଅମ୍ବାତି ରାୟଡୁଙ୍କୁ ମଧ୍ୟ ପୁଣି ସୁଯୋଗ ମିଳିଥିବା ବେଳେ ଏସିଆ କପରେ ମିଳିଥିବା ସୁଯୋଗର ସଦୁପଯୋଗ କରି ଟିମ୍ ଇଣ୍ଡିଆରେ ସ୍ଥାନ ପକ୍କା କରିଛନ୍ତି ରବୀନ୍ଦ୍ର ଜାଡେଜା । ଏହା ସହ ଏହି ତାଲିକାରେ ବାମହାତୀ ସିମର ଖଲିଲ ଅହମଦଙ୍କୁ ମଧ୍ୟ ସ୍ଥାନ ମିଳିଛି । ଏହି ୫ ଟିକିଆ ଦିନିକିଆ ସିରିଜକୁ ଘରୋଇ ମାଟିରେ ଟିମ୍ ଇଣ୍ଡିଆ ଜିତିବାକୁ ଚେଷ୍ଟା କରିବ । ସେପଟେ ଟେଷ୍ଟ ସିରିଜର ବିଫଳତାକୁ କାଟି ବିଜୟ ଧାରାକୁ ଫେରିବାକୁ ଉଦ୍ୟମ କରିବ ଇଣ୍ଡିଜ୍ ଦଳ ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, ଋଷବ ପନ୍ତ, ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବ, ମହମ୍ମଦ ସାମି/ଖଲିଲ ଅହମ୍ମଦ।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: ଜାସନ ହୋଲ୍ଡର (ଅଧିନାୟକ), ସୁନୀଲ ଅମ୍ବ୍ରିସ୍, କିରଣ ପାୱେଲ, ସାଇ ହୋପ୍, ସିମରନ୍ ହେଟମେୟର, ମାର୍ଲନ ସାମୁଏଲ୍ସ, ରଭମନ ପାୱେଲ, ଆସ‌େଲ ନର୍ସ, କିମୋ ପଲ୍, ଦେବେନ୍ଦ୍ର ବିଶୁ, ଆଲଜାରି ଜୋସେଫ/କେମର ରୋଚ୍)।