ଆସନ୍ତାକାଲି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ ମ୍ୟାଚ ! ୧୨ ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ ।

3

କନକ ବ୍ୟୁରୋ: ଆସନ୍ତା କାଲିଠାରୁ ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ଦିନିକିଆ ଶୃଙ୍ଖଳା । ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ଏହି ୫ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ରବିବାର ଦିନ ଗୌହାଟୀରେ ଖେଳାଯିବ । ତେବେ ପ୍ରଥମ ଦିନିକିଆ ପାଇଁ ବିସିସିଆଇ  ପକ୍ଷରୁ ୧୨ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି।

ବିସିସିଆଇ ଜାରୀ କରିଥିବା ତାଲିକାରେ ଏସିଆ କପ୍ ବ୍ରେକ ପରେ ବିରାଟ କୋହଲିଙ୍କୁ ପୁଣି ଦଳର ମଙ୍ଗ ସମ୍ଭାଳିବା ଦେଖିବାକୁ ମିଳିବ। ଏହା ବ୍ୟତୀତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳି ସାରିଥିବା ଯୁବ ତାରକା ଋଷଭ ପନ୍ଥଙ୍କୁ ଦିନିକିଆରେ ପଦାର୍ପଣ କରିବା ପାଇଁ ସୁଯୋଗ ମିଳିବ । ଏବଂ ସେ କେବଳ ବ୍ୟାଟସମ୍ୟାନ ଭାବେ ଭାରତୀୟ ଟିମରେ ସାମିଲ ହୋଇଛନ୍ତି । କାରଣ ପୂର୍ବ ପରି ମହେନ୍ଦ୍ର ସିଂ ଧୋନି ୱେକେଟ୍ କ୍ଷେତ୍ର ରକ୍ଷକ ବା କିପିଂ ଦାୟିତ୍ୱ ତୁଲାଇବେ । ରବିନ୍ଦ୍ର ଜାଡେଜା, ଉମେଶ ଯାଦବ ଏବଂ ସହମ୍ମଦ ଶାମି ଦିଦିକିଆରେ ମ୍ୟାଚ୍ ପ୍ରତ୍ୟାବର୍ତନ କରିଛନ୍ତି ।


ଦଳ ପକ୍ଷରୁ ଓପନିଂ ଭାର ରୋହିତ ଏବଂ ଶିଖର କାନେ୍ଧଇବେ । ମିଡିଲ ଅର୍ଡରରେ ଅଧିନାୟକ କୋହଲି, ଅମ୍ବତି ରାୟଡୁ ନଜର ଆସିବେ । ଏହା ପରେ ପନ୍ଥ ଏବଂ ଧୋନି  ନଜର ଆସିବେ । ତେବେ ଚୁଡାନ୍ତ ଏକାଦଶରେ ଖଲିଲ ଅହମ୍ମଦଙ୍କୁ ମଧ୍ୟ ସୁଯୋଗ ମିଳିପାରେ । ଭାରତୀୟ ଦଳ- ବିରାଟ କୋହଲି, ଶିଖର ଧାୱନ, ରୋହିତ ଶର୍ମା, ଅମ୍ବାତି ରାୟଡୁ, ଋଷଭ ପନ୍ଥ, ଏମଏସ ଧୋନି, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବ, ରବୀନ୍ଦ୍ର ଜାଡେଜା, ଖଲିଲ ଅହମ୍ମଦ, ମହମ୍ମଦ ଶାମି ।

Comments are closed.