ହସ ସମ୍ରାଟ ପପୁଙ୍କ ଉଥାନ ପତନର କାହାଣୀ !

155

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଯେତେ ଜୋରରେ ଉଠିଲେ , ସେତେ ଜୋରରେ ପଡିଲେ । ଏହା ହେଉଛି ପପୁଙ୍କ କାହାଣୀ । ପପୁ ପମ୍ ପମଙ୍କ ସାପସିଡିର ଖେଳର କାହାଣୀ । ୨୦୦୨-୦୩ ବେଳକୁ ଏକ ସାଧାରଣ ପାନ ଦୋକାନ କରି ଗୁଜୁରାଣ ମେଂଟଉ ଥିଲେ ତତ୍ୱପ୍ରକାଶ ଶତପଥୀ ଓରଫ ପପୁ । ଏହି ସମୟରେ ଡ୍ରାମା, ଥିଏଟରରେ ସଂଗୀତ ନିର୍ଦେଶନା ଦେଉଥିଲେ । କଳା ପ୍ରତି ତାଙ୍କର ସଂପର୍କ ରହିଥିଲା ଏବଂ ଏପଟେ ଦୋକାନ ସାଜିଥିଲା ପେଟପାଟଣା । ଏହି ସମୟ ଛୋଟମୋଟ କମେଡିଆନ ଭୂମିକାରେ ଫିଲ୍ମରେ ଦେଖା ଦେଲେ ପପୁ । ଥଟ୍ଟାମଜାକ କରୁଥିବା ଦୋକାନୀ ପପୁ ପାଇଁ ଆସିଲା ଏକ ଅପୂର୍ବ ସୁଯୋଗ । ଓଡିଶାରେ ନୂଆ ନୂଆ ଆରମ୍ଭ ହୋଇଥିବା ଏଫଏମ ରେଡିଓରେ ଜକି ଭାବେ କାମ କରିବାର ସୁଯୋଗ ପାଇଲେ । କେବଳ ସେତିକି ନୁହେଁ ତାଙ୍କ କାର୍ଯ୍ୟକ୍ରମର ନାଁ ତାଙ୍କର ପରିଚୟ ସାଜିଲା । ପପୁରୁ ସେ ପାଳଟିଗଲେ ପପୁ ପମ୍ ପମ୍ ।

ଏହାର ଖ୍ୟାତିକୁ ଆଧାର କରି ଘରୋଇ ଟିଭି ଚ୍ୟାନେଲରେ ଏକାଧିକ କମେଡି ଶୋ’ କଲେ ପପୁ । ତାଙ୍କ ଉପସ୍ଥାପନା, ତାଙ୍କ ଅଭିନୟ ଖୁବ ଶୀଘ୍ର ତାଙ୍କୁ କରିଦେଲା ଓଡିଆ ଟିଭି ଓ ଫିଲ୍ମର ନୂଆ ଟପ୍ କମେଡିଆନ । ଏହା ହେଉଛି ୨୦୦୯ ବେଳର କାହାଣୀ । ଏହି ସଫଳତା ପରେ ପପୁ ନିଜର ଏକ ଗ୍ରୁପ୍ ଗଠନ କରି ଷ୍ଟେଜ୍ ସୋ’ କରିବା ଆରମ୍ଭ କଲେ । ତାଙ୍କ କାର୍ଯ୍ୟକ୍ରମକୁ ଲୋକଙ୍କୁ ବେଶ୍ ଉପଭୋଗ କରୁଥିଲେ । ଏହି ସଫଳତା ହିଁ ତାଙ୍କୁ ଚଳଚିତ୍ରରେ ଅଧିକ ଓ ଭଲ ସୁଯୋଗ ଦେଇଥିଲା । ୨୦୧୦ ବେଳକୁ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଭଲ ଭଲ ଭୂମିକାରେ ଦେଖା ଦେଲେ ପପୁ । ତାଙ୍କ ଅଭିନୟ ଦର୍ଶକଙ୍କୁ ଫିଲ୍ମ ହଲକୁ ବି ଟାଣିଲା । ୨୦୧୨ ବେଳକୁ ଫିଲ୍ମର ମୁଖ୍ୟ ଭୂମିକାରେ ଦେଖା ଦେଲେ, ପପୁ ହୋଇଗଲେ ହିରୋ । ପପୁ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଥିଲେ । ଅଭିନେତାରୁ ନେତା ସାଜିଲେ ପପୁ ।

୨୦୧୪ ନିର୍ବାଚନରେ ବିଜେଡିର ଷ୍ଟାର କ୍ୟାମ୍ପେନର ଆଉ ଚମ୍ପୁଆ ବିଧାନସଭା ଆସନ ପାଇଁ ଦଳର ପ୍ରାର୍ଥୀ । ଅବଶ୍ୟ ନିର୍ବାଚନ ହାରିଗଲେ ପପୁ, କିନ୍ତୁ ପାୱାର କରିଡରରେ ପପୁଙ୍କ ଖାତିର ରହିଲା । ସବୁ ଠିକ ଚାଲିଥିଲା, ସବୁ ଆଗେଇ ଚାଲିଥିଲା । ଏହା ଭିତରେ ପପୁଙ୍କ ସିଡି ମୁଣ୍ଡରେ କାଷ୍ଟିଂ କାଉଚ ରୂପକ ସାପ ପାଟି ଆଁ କରି ଦେଖା ଦେଲା । ଜଣେ ନାବାଳିକା ଆଣିଲେ ଯୌନ ନିର୍ଯାତନାର ଅଭିଯୋଗ । ମହିଳା ଥାନାରେ ଅଭିଯୋଗ, ସିଡବ୍ଲୁସିର ହସ୍ତକ୍ଷେପ ପପୁଙ୍କ ଅଡୁଆ ବଢାଇ ଦେଇଥିଲା । ଏହା ଭିତରେ ଲୁଚକାଳି ଖେଳ ଆରମ୍ଭ କରି ଦେଇଥିଲେ ପପୁ । ବିଜେଡି ଦଳରୁ ବହିଷ୍କାର କରିବା ମାତ୍ର କେଇ ଘଂଟା ପରେ ପପୁଙ୍କୁ ଧରିନେଇଥିଲା କମିଶନରେଟ ପୋଲିସ । ମିଛି ମିଛିକା କାଠଗଡରେ ଠିଆ ହୋଇ କମେଡି କରିଥିବା ପପୁ ପମ୍ ଏବେ ସତ ସତିକା କାଠଗଡାରେ ।

ଏହା ସହ ପୁଲିସ୍ କବଜାରେ ପପୁ ପମ୍ ପମ୍