ବିଜେପୁରରେ ନବୀନଙ୍କ ବିରୁଦ୍ଧରେ ପ୍ରାର୍ଥୀ ଦେଲା କଂଗ୍ରେସ ! କଂଗ୍ରେସ ଟିକେଟରୁ ଲଢ଼ିବେ ରିପୁନାଥ ସେଠ, ବିଜେପି କାହାକୁ କରିବ ପ୍ରାର୍ଥୀ ?

596

କନକ ବ୍ୟୁରୋ : ଆଜି ମଧ୍ୟରାତ୍ରୀରେ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଏଆଇସିସି । ବିଜେପୁର ପାଇଁ ପୂର୍ବରୁ ବିଜେଡ଼ି ଟିକେଟ୍ ଘୋଷଣା କରିଥିବା ବେଳେ ଆଜି ମଧ୍ୟ ରାତ୍ରିରେ କଂଗ୍ରେସ ଘୋଷଣା କରିଛି ପ୍ରାର୍ଥୀ । ଅନ୍ୟପଟେ ବିଜେପି କିନ୍ତୁ ଏଯାଏଁ ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିନି । କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପରେ ରାଜନୈତିକ ଉଷ୍ମତା ବଢ଼ିଯାଇଛି । ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୁଦ୍ଧରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ରିପୁନାଥ ସେଠଙ୍କୁ ନବୀନଙ୍କ ବିରୋଧରେ ଛିଡ଼ା କରିଛି କଂଗ୍ରେସ ।

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼େଇ କରିବେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ । ଏଥର ବିଜେପୁରରେ ନବୀନ ବନାମ ରିପୁନାଥ ସେଠ । କିଏ ଅକ୍ତିଆର କରିବ ଗଡ଼ ? ପଶ୍ଚିମ ଓଡ଼ିଶାରୁ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବେ ନବୀନ । ନିଜ ପାରମ୍ପାରିକ ହିଞ୍ଜିଳି ବିଧାନସଭା କ୍ଷେତ୍ର ସହ ବିଜେପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ ନବୀନ । ସୂଚନାଯୋଗ୍ୟ ବିଜେପୁର ଉପନିର୍ବାଚନରେ କିନ୍ତୁ ରିପୁନାଥ ସେଠଙ୍କୁ ମିଳିନଥିଲା ଟିକେଟ । ବିଜେପୁର ଉପନିର୍ବାଚନରେ ରିପୁନାଥ ସେଠଙ୍କୁ ପ୍ରାର୍ଥୀ ନକରି ପ୍ରଣୟ ସାହୁଙ୍କୁ ଟିକେଟ୍ ଦେଇଥିଲା କଂଗ୍ରେସ । ଆଉ ସେଠାରେ ଅମାନତ ହରାଇଥିଲେ ପ୍ରଣୟ ସାହୁ । ବିଜେପୁରରେ କଂଗ୍ରେସର ଗଡ଼ ହୋଇଥିଲେ ସୁଦ୍ଧା ହାତର ଭୋଟବ୍ୟାଙ୍କ ଚୁରମାର ହୋଇଯାଇଥିଲା ।

ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦବଦବା ଦେଖିବାକୁ ମିଳିଥିଲା । କଂଗ୍ରେସର ଗଡ଼ରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କର ଏକତରଫା ବିଜୟ ହୋଇଥିଲା । ୧୪ ବର୍ଷ ପରେ ଗଡ଼ ଅକ୍ତିଆର କରିଥିଲା ଶଙ୍ଖ । ମୁଖ୍ୟମନ୍ତ୍ରୀଙ୍କ ଦବଦବା ପାଇଁ ବିଜେଡ଼ି ହାସଲ କରିଥିଲା କଂଗ୍ରେସ ଗଡ଼ । ଚଳିତ ନିର୍ବାଚନରେ ମଧ୍ୟ ବିଜେପୁର ଦଖଲ କରିବେ କି ମୁଖ୍ୟମନ୍ତ୍ରୀ ?