ରୁପା ଜିତିଲେ ସୁନା ଝିଅ : ସିନ୍ଧୁଙ୍କୁ ସଲାମ ଜଣାଇଲା ସାରା ଭାରତ

23

କନକ ବ୍ୟୁରୋ : ଅଲିମ୍ପିକ୍ସର ସିଙ୍ଗଲ ଇଭେଂଟରେ ରୌପ୍ୟ ପଦକ ପାଇବାରେ ପ୍ରଥମ ମହିଳା ଖେଳାଳି ହେଲେ ସଟଲର ପିଭି ସିନ୍ଧୁ। କଡା ମୁକାବିଲାରେ ଫାଇନାଲ ଗେମରେ ପରାସ୍ତ ହୋଇଥିଲେ ବି କୋଟି କୋଟି ଭାରତୀୟଙ୍କ ମନ କିଣିନେଇଛନ୍ତି ହାଇଦ୍ରାବାଦର ଏହି ସୁନାଝିଅ। ସଟଲର ସେନସେସନ ପିଭି ସିନ୍ଧୁଙ୍କ ଏହି ଐତିହାସିକ ସଫଳତା ପରେ ସାରା ଦେଶରୁ ଛୁଟିଛି ଶୁଭେଚ୍ଛାର ସୁଅ।