ରିଓ ଅଲିମ୍ପିକ୍ସ ହକି ଲିଗରେ ଭାରତ ପୁରୁଷ ଟିମର କମାଲ : ୨-୧ ଗୋଲରେ ଆର୍ଜେଂଟିନା ପରାସ୍ତ

17

କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସର ହକି ପୁଲ-ବି ମ୍ୟାଚରେ ଭାରତୀୟ ପୁରୁଷ ଟିମ୍ ତୃତୀୟ ଲିଗ ମ୍ୟାଚରେ ଆର୍ଜେଂଟିନାକୁ ୨-୧ ଗୋଲରେ ପରାସ୍ତ କରିଛି। ଆର୍ଜେଂଟିନା ଭଳି ଶକ୍ତିଶାଳୀ ଦେଶକୁ ପରାସ୍ତ କରି ଭାରତ କ୍ୱାର୍ଟର ଫାଇନାଲ ଯିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଭାରତ, ୨୦୦୯ ପରେ ପ୍ରଥମ ଥର ପାଇଁ ଆର୍ଜେଂଟିନାକୁ ପରାସ୍ତ କରିଛି। ଭାରତ ତରଫରୁ ଚିଙ୍ଗଲେନସାନା କାନଜୁଜମ ଓ କୋଥାଜିତ୍ ଖାଦଙ୍ଗବମ ଗୋଲ ସ୍କୋର କରିଥିଲେ।

ଏହି ବିଜୟ ସହ ଇଣ୍ଡିଆ ୬ ପଏଂଟ ପାଇ ବି ଗ୍ରୁପର ଦ୍ୱିତୀୟ ସ୍ଥାନରେ ପହଁଚିଛି। ଦୁଇ ଥରର ଅଲିମ୍ପିକ୍ସ ଚାଂପିଅନ ଜର୍ମାନୀ ଗ୍ରୁପର ଶୀର୍ଷରେ ରହିଛି। ଭାରତ ରିଓ ଟୁର୍ଣ୍ଣାମେଂଟରେ ୩ଟି ମ୍ୟାଚ ଖେଳି ଦୁଇଟିରେ ବିଜୟୀ ହୋଇଛି। ପ୍ରଥମ ମ୍ୟାଚରେ ଆୟରଲାଣ୍ଡ ଠାରୁ ଦ୍ୱିତୀୟ ମ୍ୟାଚରେ ଜର୍ମାନୀ ଠାରୁ ପରାସ୍ତ ଓ ତୃତୀୟ ମ୍ୟାଚରେ ଆର୍ଜେଂଟିନାକୁ ପରାସ୍ତ କରିଛି ଭାରତ। ଅଗଷ୍ଟ ୧୧ ତାରିଖରେ ନେଦରଲାଣ୍ଡକୁ ଭେଟିବ ଭାରତ।