ବିଶ୍ୱର ସର୍ବବୃହତ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ଉଦଘାଟିତ : ଝଲସିଲା ବ୍ରାଜିଲର ମାରାକାନା ଷ୍ଟାଡିୟମ

50

କନକ ବ୍ୟୁରୋ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ୨୦୧୬ । ଖେଳାଳିଙ୍କ ଅଭିବାଦନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ରଙ୍ଗୀନ ହୋଇଉଠିଛି କ୍ରୀଡ଼ାଗ୍ରାମ । ଅଲିମ୍ପିକ୍ସର ଏହି ୩୧ ତମ ସଂସ୍କରଣ ଭାରତୀୟ ସମୟ ଭୋର ୪ଟା ୩୦ମିନିଟରେ ଆରମ୍ଭ ହୋଇଛି । ରିଓ ଅଲିମ୍ପିକ୍ସରେ ୨୦୬ ଦେଶରୁ ଭାଗ ନେଇଛନ୍ତି ୧୧ହଜାର ୩୧୩ ଖେଳାଳି । ୪୨ଟି କ୍ରୀଡାର ୩୦୬ ଇଭେଂଟ୍ ପାଇଁ ଆଜିଠାରୁ ୧୭ ଦିନ ଧରି ଚାଲିବ ପ୍ରତିଯୋଗିତା ।

ଉଦଘାଟନୀ ସମାରୋହ ଆରମ୍ଭ ହୋଇଥିଲା ଅଭିନେତା ତଥା ଗାୟକ ଲୁଇଜ ମେଲୋଡିଆଙ୍କ ସଂଗୀତ ପରିବେଷଣରୁ । ସେହିପରି ବ୍ରାଜିଲର ଲୋକ ସଂସ୍କୃତିର ପ୍ରତିକ ସାମ୍ବା ନୃତ୍ୟ ଏବଂ ଗୀତର ଯାଦୁ ଦେଖିବାକୁ ମିଳିଥିଲା । ଉଦଘାଟନୀର ଅନ୍ୟତମ ଆକର୍ଷଣ ଥିଲା ବ୍ରାଜିଲ ସୁପର ମଡେଲ ଗିସେଲଙ୍କ ପ୍ରଦର୍ଶିତ ଏକ ଲୁଟ ଘଟଣା । ଏହି କ୍ଷୁଦ୍ର ନାଟକରେ ଥିଲା ଶାନ୍ତିର ବାର୍ତା । ଘଂଟିକିଆ ଉଦଘାଟନୀ ଉତ୍ସବ ସହିଷ୍ଣୁତା, ଭଲପାଇବା ଏବଂ ପରିବେଶ ସଚେତନତାର ବାର୍ତା ବହନ କରିବା ସହ ପରସ୍ପରକୁ ଭଲପାଇବା ଓ ସମ୍ମାନ କରିବାର ବାର୍ତା ଦେଇଛି। ୪ ବର୍ଷ ପରେ ଆସିଥିବା ଅଲିମ୍ପିକ୍ସ ଖେଳ ପଡିଆରେ ଅନେକ କୀର୍ତିମାନ ଗଢାହେବ ଓ ଅସଂଖ୍ୟ ଭାଙ୍ଗିବ। ବ୍ରାଜିଲର ଦ୍ୱିତୀୟ ବଡ ସହର ରିଓରେ ଏହି ସର୍ବ ବୃହତ କ୍ରୀଡା ନାଟକର ପ୍ରଥମ ଦୃଶ୍ୟ ଶନିବାର ଭୋରୁ ଦେଖିବାକୁ ମିଳିଛି ।