ଦୂତିଙ୍କ ଆଖିରେ ନିଦ ନାହିଁ : ରାତି ପାହିଲେ ଅଗ୍ନିପରୀକ୍ଷା

46

ରିଓ ଟ୍ରାକରେ ଦୌଡିବେ ଓଡିଆ ଝିଅ । କାଲି ଅଲିମ୍ପିକ୍ସରେ ରହିଛି ଦୂତି ଚାନ୍ଦଙ୍କ ଇଭେଂଟ । ଶହେ ମିଟର ଦୌଡରେ ହେବ ଅସଲ ପରୀକ୍ଷା । ଦୂତିଙ୍କ ପାଇଁ ଅନାଇ ରହିଛି ସାରା ଓଡିଶା । ଲକ୍ଷ ଲକ୍ଷ ପ୍ରଶଂସକ ଦୂତିଙ୍କ ସଫଳତା କାମନା କରିଛନ୍ତି । ଖାଲି ଓଡିଶା କାହିଁକି ସାରା ଭାରତକୁ ଦୂତିଙ୍କ ଅପେକ୍ଷା ରହିଛି । ପିଟି. ଉଷାଙ୍କ ପରେ ଅଲିମ୍ପିକ୍ସ ଶହେ ମିଟର ଦୌଡରେ ଭାଗ ନେଉଛନ୍ତି ଦୂତି ଚାନ୍ଦ । ଶରୀରରେ ଆଣ୍ଡ୍ରୋଜେନ୍ ହରମନ୍ ଅଧିକ ଥିବାରୁ ଦୂତିଙ୍କୁ ନେଇ ପୂର୍ବରୁ ଅନେକ ବିବାଦ ସୃଷ୍ଟି ହୋଇଥିଲା । ତେବେ ସବୁ ସମସ୍ୟାକୁ ପଛରେ ପକାଇ ରିଓ ଟିକେଟ୍ ହାସଲ କରିଥିଲେ ଦୂତି । ଅଲମ୍ପିକ୍ସରେ ପଦକ ଜିତିବାକୁ ଭରପୁର ଉଦ୍ୟମ କରିବେ ବୋଲି କହିଛନ୍ତି ଦୂତି।