ରିଓ ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ଶେଷ ସୁଯୋଗ : ରେସଲିଂ ରିଂରେ ପ୍ରତିପକ୍ଷଙ୍କୁ ଜବାବ ଦେବେ ଯୋଗେଶ୍ୱର ଦତ୍ତ

36

କନକ ବ୍ୟୁରୋ : ରିଓ ଅଲିମ୍ପିକ୍ସରେ ଭାରତୀୟଙ୍କ ପଦକ ପାଇଁ ଆଜି ଶେଷ ସୁଯୋଗ । ୬୫ କିଲୋ ଫ୍ରି ଷ୍ଟାଇଲ ପୁରୁଷ କୁସ୍ତିରେ ଆଜି ରିଙ୍ଗକୁ ଓହ୍ଲାଇବେ ଯୋଗେଶ୍ୱର ଦତ । ପୂର୍ବରୁ ଅଲିମ୍ପିକ୍ସରେ ମେଡାଲ ଯିତିଥିବାରୁ ତାଙ୍କ ଉପରେ ଆଶା ରଖିଛନ୍ତି ଦେଶବାସୀ।

ରିଓ ଅଲିମ୍ପିକ୍ସରେ ବର୍ତମାନ ପର୍ଯ୍ୟନ୍ତ ଭାରତକୁ ମାତ୍ର ଗୋଟିଏ ସିଲଭର୍ ଓ ଗୋଟିଏ ବ୍ରୋଂଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି । ପୁରୁଷ କୁସ୍ତିରେ ହେବାକୁ ଥିବା ଇଭେଂଟରେ ଯୋଗେଶ୍ୱର ଦତ ନିଶ୍ଚିତ ପଦକ ଜିତିବେ ବୋଲି ଆଶା କରାଯାଉଛି । କୁସ୍ତିରୁ ନରସିଂହ ଯାଦବ ବିଦା ହେବା ପରେ ଏବେ ଯୋଗେଶ୍ୱର ଦତଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଂଜ ପଦକ ବିଜେତା ଯୋଗେଶ୍ୱରଙ୍କୁ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ୪ରୁ ୫ଜଣ ରେସଲରଙ୍କୁ ହରାଇବାକୁ ପଡିବ । ଲଣ୍ଡନ ଅଲିମ୍ପିକ୍ସରେ ୬୦କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ବ୍ରୋଂଜ ଜିତିଥିବା ଯୋଗେଶ୍ୱର ରିଓରେ ୬୫ କିଲୋଗ୍ରାମ ଫ୍ରୀଷ୍ଟାଇଲରେ ମଇଦାନକୁ ଓହ୍ଳାଇବେ ।