ଏସିଆନ ଗେମ୍ସରେ କମାଲ କଲେ ରିକ୍ସା ଚାଳକଙ୍କ ଝିଅ ସ୍ୱପ୍ନା ବର୍ମନ : ସ୍ୱର୍ଣ୍ଣ ପଦକ ଜିଣି ଦେଶ ପାଇଁ ଆଣିଲେ ଗୈାରବ

99

ଅନେକ ଅଭାବ ଅସୁବିଧା ପରେ ବି ଯେବେ କେହି ସମସ୍ୟାକୁ ଅତିକ୍ରମ କରି ସାମନାକୁ ଆସନ୍ତି, ତେବେ ତାଙ୍କୁ ଖାଣ୍ଟି ସୁନା କୁହନ୍ତି । ରିକ୍ସା ଚାଳକଙ୍କ ଝିଅ ସ୍ୱପ୍ନା ବର୍ମନ ବୁଧବାର ଦିନ ୧୮ତମ ଏସିଆନ ଗେମ୍ସରେ ହେପ୍ଟାଥଲନ ପ୍ରତିଯୋଗିତାରେ ଯେତେବେଳେ ସୁନା ଜିତିଲେ ସାରା ଦେଶ ନିଜ ଝିଅର ପ୍ରଦର୍ଶନରେ ଗର୍ବିତ ହୋଇଗଲା । ଜୀବନର ପ୍ରତ୍ୟେକ ବାଧାବିଘ୍ନକୁ ଲଂଘିଥିବା ସ୍ୱପ୍ନା ଏସିଆନ ଗେମ୍ସରେ ୭ଟି ବାଧାକୁ ଲଂଘନ କରି ସୁନା ନିଜ ନାଁରେ କରିଛନ୍ତି । ସେ ଏହି ପ୍ରତିଯୋଗିତାରେ ସୁନା ଜିତିଥିବା ପ୍ରଥମ ମହିଳା ଖେଳାଳୀ ।

ଜାଣନ୍ତୁ ହେପ୍ଟାଥଲନ କ’ଣ ? : ହେପ୍ଟାଥଲନରେ ମୋଟ୍ ୭ଟି ଷ୍ଟେଜରେ ଅଂଶ ଗ୍ରହଣ କରିବାକୁ ପଡେ । ପ୍ରଥମେ ଷ୍ଟେଜ୍ ରେ ୧୦୦ ମିଟର ଦୈାଡ ହୋଇଥାଏ । ଦ୍ୱିତୀୟ ରେ ହାଇ ଜମ୍ପ, ତୃତୀୟରେ ଶର୍ଟ ପୁଟ, ଚତୁର୍ଥରେ ୨୦୦ ମିଟର ଦୈାଡ, ପଂଚମରେ ଲଙ୍ଗ୍ ଜମ୍ପ ଓ ଷଷ୍ଠରେ ଜେବଲିନ୍ ଥ୍ରୋ ହୋଇଥାଏ । ଏହି ଇଭେଣ୍ଟରେ ସବୁଠାରୁ ଅନ୍ତିମ ସ୍ତରରେ ୮୦୦ ମିଟର ଦୈାଡ ହୋଇଥାଏ । ଏହି ସମସ୍ତ ଖେଳରେ ଆଥଲେଟଙ୍କ ପ୍ରଦର୍ଶନକୁ ଆଧାରରେ ରଖି ପଏଣ୍ଟ ମିଳିଥାଏ । ଯାହା ପରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନର ଆଥଲେଟଙ୍କ ଫଇସଲା କରାଯାଏ ।

ଝିଅର ସଫଳତାର ଖବର ଶୁଣି ତାଙ୍କ ମା’ ଭାବୁକ ହୋଇଗଲେ । ନିଜକୁ କାଳୀ ମାଁଙ୍କ ମନ୍ଦିରରେ ବନ୍ଦ କରିଦେଇଥିଲେ । ମା’ ଝିଅର ସଫଳତା ଦେଖିପାରିନଥିଲେ କାହିଁକିନା ସେ ଭଗବାନଙ୍କୁ ପ୍ରାର୍ଥନା କରିବାରେ ବ୍ୟସ୍ତ ଥିଲେ । ସ୍ୱପ୍ନାଙ୍କ ପିତା ପଂଚନ ବର୍ମନ ଜଣେ ରିକ୍ସା ଚାଳକ, କିନ୍ତୁ ଗତ କିଛି ଦିନ ହେବ ବୟସ ବଢ଼ିବା ସହିତ ରୋଗ କାରଣରୁ ଖଟିଆରେ ପଡିଛନ୍ତି ।

ତାଙ୍କ ପାଦରେ ୬-୬ଟି ଆଙ୍ଗୁଳି ଥିବାରୁ ସେ ଜୋତା ପାଇଁ ବହୁତ ସଂଘର୍ଷ କରିଛନ୍ତି । ପାଦ ଅଧିକ ଚଉଡା ହୋଇଥିବାରୁ ଖେଳରେ ଲ୍ୟାଣ୍ଡିଙ୍ଗ କରିବା ମୁସ୍କିଲ ହୋଇଥାଏ ଓ ଏହି କାରଣରୁ ତାଙ୍କର ଜୋତା ଫାଟିଯାଇଥାଏ ।

ସ୍ୱପ୍ନାଙ୍କ କୋଚଙ୍କ କହିବାନୁସାରେ, ଖେଳ ସମ୍ବନ୍ଧୀ ମହଙ୍ଗା ଉପକରଣ କିଣିବାରେ ସ୍ୱପ୍ନାଙ୍କୁ ବହୁତ ଅସୁବିଧା ହୋଇଥାଏ । ସେ ବହୁତ ଗରୀବ ପରିବାରରୁ ଆସୁଥିବାରୁ ଓ ତାଙ୍କ ପାଇଁ ଟ୍ରେନିଙ୍ଗ ଖର୍ଚ୍ଚ ଉଠାଇବା ମୁସ୍କିଲ ହୋଇଥାଏ । ସେ ଚତୁର୍ଥ ଶ୍ରେଣୀରେ ଥିବା ସମୟରୁ ତାଙ୍କର ପ୍ରତିଭା ଦେଖି ତାଙ୍କୁ ଟ୍ରେନିଙ୍ଗ ଦେବା ଆରମ୍ଭ କରିଥିବା କହିଛନ୍ତି କୋଚ୍ ସୁକାନ୍ତ ସିହ୍ନା ।