ବାପା ହେବତ ଏମିତି : ଝିଅ ସ୍ୱପ୍ନ ଆଗ, ବିବାହ ପଛ

96

3ବିବାହ ଟଙ୍କାରେ କିଣାହେଲା ବନ୍ଧୁକ । ରିଓ ଅଲିମ୍ପିକ୍ସରେ ଦୁଇ ଝିଅଙ୍କ ସଫଳତା ପରେ ଏବେ ଖେଳ ପ୍ରତି ସମସ୍ତଙ୍କ ଉତ୍ସାହ ବଢୁଛି । ଖେଳ ପାଇଁ କିଏ କଣ ତ୍ୟାଗ କରିପାରେ ତାର ଏକ ଉଦାହରଣ ଦେଖିବାକୁ ମିିଳିଛି । ଝିଅ ପାଇଁ ୫ଲକ୍ଷ ଟଙ୍କାର ରାଇଫଲ କିଣିଦେଲେ ଅଟୋ ରିକ୍ସା ଚାଳକ ବାପା ।

2ଅହମ୍ମଦାବାଦର ଅଟୋରିକ୍ସା ଚାଳକ ମଣିଲାଲ ଗୋହିଲ ତାଙ୍କ ଝିଅଙ୍କ ବାହାଘର ପାଇଁ ରଖିଥିବା ଟଙ୍କାରେ ଏକ ଜର୍ମାନ ରାଇଫଲ କିଣିଦେଇଛନ୍ତି । ଜାତୀୟ ସ୍ତରର ବନ୍ଧୁକଚାଳକ ମିିତଲଙ୍କ ବିବାହ ପାଇଁ ଦୀର୍ଘ ଦିନରୁ ଏହି ଟଙ୍କା ସଂଚୟ କରିଥିଲେ ତାଙ୍କ ବାପା। ରାଇଫଲର ଲାଇସେନ୍ସ କରିବା ପାଇଁ ମିତଲ ଯେତେବେଳେ ପୋଲିସ କମିଶନରଙ୍କ ନିକଟରେ ପହଂଚିଲେ ୫ଲକ୍ଷ ଟଂକାରେ ଜର୍ମାନ ରାଇଫଲ କିଣିବା ଜାଣି କମିଶନର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ତେବେ ମିତଲ ଓ ତାଙ୍କ ବାପାଙ୍କ ଆଗ୍ରହ ଦେଖି ପୁଲିସ ମଧ୍ୟ ସହଯୋଗର ହାତ ବଢାଇଥିଲା ଏବଂ ବିନା ଦ୍ୱିଧାରେ ଲାଇସେନ୍ସ ପ୍ରଦାନ କରିଥିଲା ।

4ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବାର ଲକ୍ଷ୍ୟ ରଖିଛନ୍ତି ମିତଲ ।ଅହମ୍ମଦାବାଦର ଗୋମତିପୁର ଅଂଚଳରେ ନିଜ ଦୁଇ ଭାଇ ଓ ବାପା,ମାଙ୍କ ସହ ରୁହନ୍ତି ମିତଲ । ପିଲାଟି ଦିନରୁ ରାଇଫଲ ଚାଳନା ପ୍ରତି ତାଙ୍କର ଦୁର୍ବଳତା ଦେଖିବାକୁ ମିଳିଥିଲା । ଆର୍ଥିକ ଅନଟନ ସତ୍ୱେ ତାଙ୍କ ବାପା ମିତଲଙ୍କୁ ବନ୍ଧୁକ ଚାଳନାର ପ୍ରଶିକ୍ଷଣ ଦେବା ସହ ସମସ୍ତ ସୁବିଧା ସୁଯୋଗଯୋଗାଇ ଦେଇଥିଲେ ।

୨୦୧୩ ଜାତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଅଂଜୁ ଶର୍ମା ଓ ଲଜ୍ଜା ଗୋସ୍ୱାମୀଙ୍କ ସହ ଭାଗନେଇ ମିତଳ ବ୍ରୋଂଜ ପଦକ ହାସଲ କରିଥିଲେ । ଡିସେମ୍ବରରେ ହେବାକୁ ଥିବା ଜାତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ପାଇଁ ଆଶା ରଖିଛନ୍ତି ମିତଲ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମିତଲଙ୍କୁ ପାଖାପାଖି ୧ହଜାର ଗୁଳି କିଣିବାକୁ ପଡିବ । ଗୋଟିଏ ଗୁଳିର ଦାମ ୩୧ଟଙ୍କା । ତେଣୁ ଏବେ ରାଇଫଲ କିଣିବା ପରେ ଗୁଳିରେ ଟଙ୍କା ଖର୍ଚ୍ଚ କରିବା ପାଇଁ ତାଙ୍କୁ ସମସ୍ୟାର ସମ୍ମୁଖିନ ହେବାକୁ ପଡିପାରେ।