ଆଭିଜାତ୍ୟର ଜୀବନ ଛାଡି ଜୈନଦୀକ୍ଷା ଗ୍ରହଣ କଲେ କିଶୋର ! ୧୨ ବର୍ଷୀୟ ବାଳକର ଜୈନ ଦୀକ୍ଷା ଗ୍ରହଣ।

0

ସୁରତରେ ରହୁଥିବା ହୀରା ବ୍ୟବସାୟୀ ଦୀପକ ଶାହଙ୍କ ଏକମାତ୍ର ପୁଅ ଭବ୍ୟ ଶାହ୍ ନିକଟରେ ଜୈନ ଦୀକ୍ଷା ଗ୍ରହଣ କରିଛନ୍ତି । ଦୀପକଙ୍କ ଦୁଇସନ୍ତାନ ମଧ୍ୟରୁ ପୂର୍ବରୁ କନ୍ୟା ଜୈନ ଦୀକ୍ଷା ଗ୍ରହଣ କରିବାର ସୌଭାଗ୍ୟ ପ୍ରାପ୍ତ କରିଥିବା ବେଳେ ଭବ୍ୟ ବର୍ତ୍ତମାନ ଏହି ମାର୍ଗରେ ନିଜକୁ ନିୟୋଜିତ କରିଛନ୍ତି । ଜୈନ ଦୀକ୍ଷା ଗ୍ରହଣ କରିବା ମାତ୍ରେ ସଂସାର ମୋହମାୟା ତ୍ୟାଗ କରି ଈଶ୍ୱରଙ୍କ ଚରଣରେ ସମର୍ପିତ ହେବାକୁ ପଡିଥାଏ ।
ଭବ୍ୟଙ୍କୁ ଯେତେବେଳେ ଘର ଛାଡିବା ବିଷୟରେ ପଚରାଗଲା ସେ ଏଥିପାଇଁ ବହୁତ ଖୁସି ଥିବା କହି ମା’ବାପାଙ୍କ ଆଜ୍ଞା ମାନି ଜୈନ ଦୀକ୍ଷା ଗ୍ରହଣ କରିଥିବା କହିଥିଲେ । ଭବ୍ୟଙ୍କ ଭଉଣୀ ମଧ୍ୟ ୧୨ ବର୍ଷ ବୟସରେ ଜୈନ ଦୀକ୍ଷା ଗ୍ରହଣ କରି ଗୃହ ତ୍ୟାଗ କରିଥିଲେ ।
ଜୈନ ଦୀକ୍ଷା ଗ୍ରହଣ କରିବା ସମୟରେ ବିଭିନ୍ନ ପ୍ରକାର ନିୟମ ପାଳନ କରି ଭବ୍ୟଙ୍କୁ ଏହି ମାର୍ଗର ପଥିକ କରାଗଲା । ପ୍ରାୟ ୭୦୦୦ ଜନସମାଗମ ଏବଂ ୪୦୦ ରୁ ୪୫୦ ଜୈନ ସନ୍ୟାସୀ ଏବଂ ସନ୍ୟାସିନୀଙ୍କ ଗହଣରେ ଭବ୍ୟଙ୍କ ଜୈନଯାତ୍ରା ଆରମ୍ଭ କରାଗଲା । ପୁଅର ଆଧ୍ୟାତ୍ମିକ ମାର୍ଗରେ ପିତାମାତା ସମ୍ପୁର୍ଣ୍ଣ ରୂପରେ ତାଙ୍କ ସାଥ୍ ଦେଇଥିଲେ ।

Comments are closed.