ଭାତ ନା ରୁଟି ? ଡାଇବେଟିସ୍ ରୋଗୀଙ୍କ ପାଇଁ କ’ଣ ଭଲ ? ଜାଣନ୍ତୁ

173

ଡାଇବେଟିସ୍ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡେ । ଟାଇପ୍-୧ ଡାଇବେଟିସ୍ ରୋଗୀ ନିଜ ପାଇଁ ପର୍ଯ୍ୟାପ୍ତ ପରିମାଣର ଇନସୁଲିନ୍ ତିଆରି କରିପାରନ୍ତିନି, ଯେବେକି ଟାଇପ୍-୨ ଡାଇବେଟିସ୍ ରୋଗୀ ଇନସୁଲିନ୍ ତିଆରି କରିପାରିବାର କ୍ଷମତା ରଖନ୍ତି କିନ୍ତୁ ତାଙ୍କ କୋଷଗୁଡିକ ଏହାର ପ୍ରଭାବକୁ ପ୍ରତିରୋଧ କରିପାରନ୍ତିନି । ଭାରତୀୟଙ୍କ ମୁଖ୍ୟ ଖାଦ୍ୟ ଭାତ ଓ ରୁଟିକୁ ଡାଇବେଟିସ୍ ରୋଗୀ ଖାଇପାରିବେ କିନ୍ତୁ ସଂଯମତା ସହିତ । ହେଲେ ଭଲ ବିକଳ୍ପ କ’ଣ ? ଜାଣନ୍ତୁ ସଂପୂର୍ଣ୍ଣ ଖବର

ବିଭିନ୍ନ ପ୍ରକାରର ଚାଉଳ ଓ ରୁଟିର ଭିନ୍ନ ପ୍ରକାରର ଜିଆଇ (Glycemic Index) ଥାଏ । ଜିଆଇ ହେଉଛି ଏକ ମାପକ ଯାହାକି କାର୍ବୋହାଇଡ୍ରେଟ୍ କୁ ଗ୍ଲୁକୋଜରେ କମ୍ କରି ରକ୍ତ ଶର୍କରାକୁ ଖାଦ୍ୟ କେତେ ଶୀଘ୍ର ବଢ଼ାଇପାରିବ ତାହା ମାପିବ । ଫଳ, ଖାଦ୍ୟଶସ୍ୟ ଓ ପନିପରିବାରେ ଥିବା କାର୍ବୋହାଇଡ୍ରେଟ୍ ଭିନ୍ନ ଭିନ୍ନ ପ୍ରକାରର ଜିଆଇ ପାଇଁ ସେତିକି ଦରରେ ଖାଦ୍ୟ ପ୍ରକ୍ରିୟାକରଣ କରିପାରେନି । ଯେଉଁ ଖାଦ୍ୟ ଧିରେ ଧିରେ ପ୍ରକ୍ରିୟାକରଣ ହୁଏ, ବହୁତ କମ୍ ମାତ୍ରାରେ ରକ୍ତ ଶର୍କରା ସ୍ତରକୁ ପ୍ରଭାବିତ କରେ ।

ଯେଉଁ ଖାଦ୍ୟରେ ୫୫ରୁ କମ୍ ଜିଆଇ ଥାଏ, ତାହା ରକ୍ତ ଶର୍କରାରେ କମ୍ ପ୍ରଭାବ ପକାଏ । ଯାହାକି ଡାଇବେଟିସ୍ ରୋଗୀଙ୍କ ପାଇଁ ଉପଯୁକ୍ତ । ୫୬ରୁ ୬୯ ଭିତରେ ଜିଆଇ ଥିଲେ ରକ୍ତ ଶର୍କରା ସ୍ତରରେ ମଧ୍ୟମ ଧରଣର ପ୍ରଭାବ ପକାଏ । ୭୦ରୁ ଅଧିକ ଜିଆଇ ଥିଲେ, ରକ୍ତ ଶର୍କରା ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଏ ।

ଭାତ ଓ ରୁଟି ର ଜିଆଇ ସେହି ଉପରେ ନିର୍ଭର କରେ, ତାହା ପଲିସ୍ ଅଛି କି ନାହିଁ ଓ କେଉଁ ପ୍ରକାରର ଅଟାରେ ରୁଟି ତିଆରି ହୋଇଛି ।

ମଧୁମେହ ରୋଗୀ ସୁରକ୍ଷିତ ରୂପେ ସବୁ ପ୍ରକାରର ଭାତ ଖାଇପାରିବେ କିନ୍ତୁ ସଂଯମତା ରକ୍ଷା କରି । ବ୍ରାଉନ୍ ଚାଉଳ, ଧଳା ଚାଉଳ ଅପେକ୍ଷା ଭଲ । ଧଳା ଚାଉଳରେ ଅଧିକ ଷ୍ଟାର୍ଚ ଥାଏ, ଯାହା ସହଜରେ ହଜମ ହୋଇଯାଇଥାଏ । କିନ୍ତୁ ବ୍ରାଉନ୍ ଚାଉଳରେ ଅଧିକ ଭିଟାମିନ୍, ଖଣିଜ ଲବଣ ଓ ଫାଇବର ଥାଏ, ଯାହା ଧିରେ ଧିରେ ହଜମ ହୁଏ । ବ୍ରାଉନ୍ ଚାଉଳର ଜିଆଇ ସୂଚକାଙ୍କ ୬୮, ଯେବେକି ଧଳା ଚାଉଳର ୭୩ ।

ପାରମ୍ପରିକ ଗହମରୁ ଅଟା ତିଆରି ହୋଇଥାଏ । ଗହମ ରୁଟି ର ଜିଆଇ ୬୨ । ବାର୍ଲି, କାବୁଲି ବୁଟ ଓ ମକାରେ ତିଆରି ରୁଟି ସ୍ୱାସ୍ଥ୍ୟ ପାଇଁ ହିତକର । କାବୁଲି ବୁଟ ଓ ବେସନରେ ତିଆରି ରୁଟି ର ଜିଆଇ ସବୁଠାରୁ କମ୍, ପାଖାପାଖି ୫୨ ।

ଭାତ ଓ ରୁଟି ଉଭୟଙ୍କ ଜିଆଇ ସୂଚକାଙ୍କ କମ୍ । ସେଥିପାଇଁ ସମସ୍ତ ପ୍ରକାରର ଭାତ ଓ ରୁଟି ଖାଇବା ଉଚିତ୍ କିନ୍ତୁ ଡାଇବେଟିସ୍ ରୋଗୀ ଦୈନିକ ଆଧାରରେ ଖାଇବା ଉଚିତ୍ ନୁହଁ ।