ଲଘୁଚାପ ବର୍ଷା କ୍ଷୟକ୍ଷତି ଆକଳନ କରିବାକୁ ଯାଇ ଫଶିଗଲେ ଆରଆଇ ! ଦାବି ମୁତାବକ ରିପୋର୍ଟ ଦେବାକୁ ମନା କରିବାରୁ ପାଣିରେ ବୁଡାଇଲେ ଯୁବକ

36

କନକ ବ୍ୟୁରୋ : କ୍ଷୟକ୍ଷତି ଆକଳନ କରିବାକୁ ଯାଇଥିବା ସମୟରେ ଆରଆଇ ହଟହଟା । ଅଦିନିଆ ବର୍ଷା ଯୋଗୁଁ ଫସଲ ନଷ୍ଟର କ୍ଷୟକ୍ଷତି ଯାଂଚ କରିବାକୁ ଯାଇ ହଟହଟା ହୋଇଛନ୍ତି ପୁରୀ ଜିଲ୍ଲାର ଗଡସାନପୁର ରାଜସ୍ୱ ନୀରିକ୍ଷକ । ଏହି ହଟହଟାର ଦୃଶ୍ୟ ଏବେ ଭାଇରାଲ ହୋଇଛି । ଭାଇରାଲ ହୋଇଥିିବା ଭିଡିଓରେ ଆରଆଇଙ୍କୁ କେତେ ଜଣ ଗ୍ରାମବାସୀ ଗଜା ହୋଇଯାଇଥିବା ଧାନ ଗଛ ଦେଖାଇ ବିଭିନ୍ନ ପ୍ରଶ୍ନ ପଚାରୁଥିବା ଦେଖାଯାଉଛି । ଏପରିକି ଏହି ସମୟରେ ଜଣେ ଯୁବକ ଉତକ୍ଷିପ୍ତ ହୋଇ ରାଜସ୍ୱ ନିରୀକ୍ଷକଙ୍କୁ ମାଡିବସି ପାଣିରେ ବୁଡାଇ ଦେଇଛନ୍ତି । ଯାହାକି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ।

ଏହି ଘଟଣା ଗତ ୧୯ ତାରିଖରେ ବୋଲି ଜଣାପଡିଛି । ଏବଂ ଆରଆଇଙ୍କ କହିବା ଅନୁଯାୟୀ ସେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୀ ଜିଲ୍ଳା ଗଡସାନପୁର ଆରଆଇ ସର୍କଲ ଅନ୍ତର୍ଗତ ହଳଦିଆପଡା ଗାଁକୁ ବର୍ଷା ଜନିତ ଫସଲ କ୍ଷୟକ୍ଷତିର ଆକଳନ କରିବାକୁ ଯାଇଥିଲେ । ଯାଂଚ କରି ଗହୀର ଭିତରୁ ଫେରିବା ସମୟରେ କିଛି ଚାଷୀ ତାଙ୍କୁ ଅଟକାଇଥିଲେ । ଏବଂ ପଚାରିଥିଲେ କେତେ ପ୍ରତିଶତ କ୍ଷତି ହୋଇଛି ବୋଲି ସେ ସରକାରଙ୍କୁ ରିପୋର୍ଟ ଦେବେ । ଆରଆଇ କହିଥିଲେ ୬୦ପ୍ରତିଶତ କ୍ଷତି ହୋଇଥିବାର ରିପୋର୍ଟ ଦେବେ । ତେବେ ଚାଷୀମାନେ ୯୦ ପ୍ରତିଶତ କ୍ଷତି ହୋଇଛି ବୋଲି ରିପୋର୍ଟ ଦେବାକୁ କହିଥିଲେ । ଏନେଇ ଅକ୍ଷମତା ପ୍ରକାଶ କରିବାରୁ ଉତକ୍ଷିପ୍ତ ହୋଇ ପଡିଥିଲେ ମାଡ ମାରିଥିଲେ ଯୁବକ । ଏ ନେଇ କଣାସ ଥାନାରେ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି ଆରଆଇ । ତହସିଲାଦାର ଓ ଆଡସିନାଲ ତହସିଲଦାରଙ୍କୁ ମଧ୍ୟ ଅବଗତ କରିଥିବା ସୂଚନା ଦେଇଛନ୍ତି । ଏଯାଏ ମାଡ ମାରିଥିବା ଯୁବକଙ୍କ ବିରୋଧରେ କୋଣସି ପଦକ୍ଷେପ ନିଆଯାଇ ନାହିଁ । ଅନ୍ୟପଟେ ଆରଆଇ ଲାଂଚ ମାଗୁଥିଲେ ବୋଲି କହିଛନ୍ତି ଯୁବକ । ତେବେ ଏହି ଘଟଣାରେ ଏକଜୁଟ ହୋଇଛନ୍ତି ଆରଆଇ । ମାଡ ମାରୁଥିବା ଯୁବକକୁ ୩ଦିନ ଭିତରେ ଗିରଫ ନକଲେ କାର୍ଯ୍ୟବନ୍ଦ ଆନ୍ଦେଳନ କରିବାକୁ ଧମକ ଦେଇଛି ଆରଆଇ ରାଜ୍ୟ ମହାସଂଘ ।