ପୁଣି ମୋଦି ଆସିବେ ଓଡିଶା ! ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟର କରିବେ ଶିଳାନ୍ୟାସ

30

କନକ ବ୍ୟୁରୋ: ତାଳଚେର ସାର କାରଖାନାର ପୁନରୁଦ୍ଧାର ଶୁଭାରମ୍ଭରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାକୁ କେନ୍ଦ୍ର ବିଜେପି ଫୋକସ କରୁଥିବା ନେଇ ଚର୍ଚ୍ଚା ଭିତରେ ପୁଣି ମୋଦିଙ୍କ ଆସିବା ଖବର ବିଜେପି କ୍ୟାଂପରେ ଉତ୍ସାହ ଆଣିଦେଇଛି । ଆଜି ଏନେଇ ଦିଲ୍ଲୀରେ ବସିଥିଲା ବୈଠକ । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଅନନ୍ତ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ର ଶକ୍ତିମନ୍ତ୍ରୀ ପିୟୁଷ ଗୋଏଲ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ ।

ତେବେ ମିଳିଥିବା ସୂଚନା ଅନୁସାରେ ୨୦୧୭ ସୁଦ୍ଧା ତାଳଚେର କାରଖାନା ପୁନରୁଦ୍ଧାର କାମ ଆରମ୍ଭ ହେବ । ବର୍ଷା ଋତୁ ପରେ କାରଖାନା ପୁନରୁଦ୍ଧାର କାମ ଆରମ୍ଭ ହେବାକୁ ସ୍ଥିର କରାଯାଇଥିବା ବେଳେ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ତାଙ୍କୁ ଅନୁରୋଧ କରାଯାଇଥିବା ଧର୍ମେନ୍ଦ୍ର କହିଛନ୍ତି ।