ଭାରତୀୟ ବଜାରକୁ ଏବେ ଆସିଗଲା ଦୁନିଆର ସବୁଠାରି ଶସ୍ତା ଲାପଟପ । ମାତ୍ର ୧୦ ହଜାର ଟଙ୍କାରେ ରହିଛି ସମସ୍ତ ସୁବିଧା । ଜାଣନ୍ତୁ କେଉଁଠାରେ ମିଳୁଛି ଏହି ଲାପଟପ

59

କନକ ବ୍ୟୁରୋ : ଭାରତରେ ଆଜିକାଲି ସମସ୍ତଙ୍କ ପାଖରେ ଲାପଟପର ଆବଶ୍ୟକତା ରହିଛି । କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀ ବା ଯେଉଁମାନେ କେଉଁଠାରେ ବି ରୋଜଗାର କରୁଛନ୍ତି ସମସ୍ତଙ୍କର ବର୍ତ୍ତମାନ ସମୟରେ ଲାପଟପ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରୂପେ ଜଣାଶୁଣା । ତେବେ ଏହାର ଦାମ ମଧ୍ୟ ଅନେକ ରହିଛି । ତେଣୁ ସମସ୍ତଙ୍କର ଇଚ୍ଛା ଥିଲେ ମଧ୍ୟ ଏହାର ଦାମ ଅଧିକ ରହିଥିବାରୁ ଲୋକମାନେ ଏହାକୁ କିଣିବାରେ ଅସମର୍ଥ ହେଉଛନ୍ତି । ତେବେ ମିଲିଥିବା ସୂଚନା ଅନୁସାରେ ଭାରତୀୟ ନିର୍ମାତା କମ୍ପାନୀ ଆରଡିପି ନିଜର ଲାପଟପ ନିର୍ମାଣ କାମ ଆରମ୍ଭ କରିଛି ।

 

ଏହାର ନାମ ଥିନ ବୁକ ରଖିଥିବା ସୂଚନା ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାର ଦାମ ମଧ୍ୟ କମ ରହିଛି । ଭାରତୀୟ ବଜାରରେ ଏହାର ଦାମ ରହିଛି ମାତ୍ର ୯୯୯୯ଟଙ୍କା । ଏହାକୁ ଉଭୟ ଅଫଲାଇନ ଓ ଅନଲାଇନରେ ଆପଣ କିଣିପାରିବେ । କମ୍ପାନୀର ସାଇଟକୁ ଯାଇ ଅନଲାଇନରେ ମଧ୍ୟ ଏହି ଲାପଟପକୁ କିଣିପାରିବେ । ଏହାର ୧୪.୧ ଇଞ୍ଚର ଡିସପ୍ଲେ ରହିଛି । ଏହାର ଓଜନ ୧.୫ କିଲୋଗ୍ରାମ ରହିଛି । ଏହାର ମୋଟେଇ ୨୦ ମିଲିମିଟର ରହିଛି । ତେବେ କମ୍ପାନୀ ଦାବି କରିଛି ଯେ, ଭାରତରେ ମିଳୁଥିବା ଅନ୍ୟ ଲାପଟପ ଅପେକ୍ଷା ଅଧିକ ଭଲ ରହିଛି । ଏହି ଲାପଟପରେ ୨ଜିବିର ରାମ ଓ ୩୨ ଜିବିର ଷ୍ଟୋରେଜ ମଧ୍ୟ ରହିଛି ।

 

ତେବେ ଏହାର ଷ୍ଟୋରେଜକୁ ମାଇକ୍ରୋ ଏସଡି କାର୍ଡ ଦ୍ୱାରା ୧୨୮ଜିବି ପର୍ଯ୍ୟନ୍ତ ବଢାଇ ହେବ ବୋଲି ସୂଚନା ମିଳିଛି । ଏହାସହ ୧୦ ହଜାର ଏମଏଚ ବ୍ୟାଟେରି ମଧ୍ୟ ରହିଛି । ଭିଡିଓ କଲ କରିବା ପାଇଁ କ୍ୟାମେରା ମଧ୍ୟ ରହିଛି । ଏହି ଲାପଟପ ୧୧.୬ ଇଞ୍ଚଏଲଲିଡି ସ୍କ୍ରିନ ରହିଛି । ତେବେ ଏହାକୁ ସମସ୍ତ ଜନସାଧାରଣ କିଣିପାରିବେ ବୋଲି କମ୍ପାନୀ ଦାବି କରିଛି । ଯେହେତୁ ଅନ୍ୟ କମ୍ପାନୀମାନଙ୍କ ଅପେକ୍ଷା ଏହାର ଦାମ କମ ରହିଛି ତେଣୁ ଲୋକମାନଙ୍କୁ ଏହାକୁ କିଣିବାରେ କୈାଣସି ଅସୁବିଧା ହେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

 

ଅନେକ ସମୟରେ ଦେଖାଯାଇଛି ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ କମ୍ପାନୀ ଅନେକ ପ୍ରକାରର ଅଫର ଆଣନ୍ତି । ତେବେ ଆଗକୁ ପୂଜା ରହିଥିବାରୁ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ଏପରି କରୁଥିବା ଜଣାପଡିଛି । କେବଳ ଏତିକି ନୁହେଁ ଏହାର ଦାମ ଜଣାପଡିବା ପରେ ଅନେକ ଲୋକ ଅନଲାଇନରେ ଏହାର ଅର୍ଡର କରିସାରିଲେଣି । ଖାସକରି ଯୁବବର୍ଗଙ୍କ ପାଇଁ ଏହା ଅଧିକ ଲାଭଦାୟକ ହେବ ବୋଲି ଜଣାପଡିଛି ।