ମାଓ ମୁକାବିଲା ନେଇ ପ୍ରସ୍ତୁତ ହେବ ରଣନୀତି ! ଆଜି ସଚିବାଳୟରେ ବସିବ ଉଚ୍ଚସ୍ତରୀୟ ବୈଠକ

27

କନକ ବ୍ୟୁରୋ: ଓଡିଶାରେ ମାଓ ମୁକାବିଲା ନେଇ ପ୍ରସ୍ତୁତ ହେବ ରଣନୀତି । ଏନେଇ ଆଜି ସଚିବାଳୟରେ ବସିବ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ବୈଠକରେ ପୁଲିସ ଡିଜି, ଉନ୍ନୟନ କମିଶନର ଉପସ୍ଥିତ ରହି ରଣନୀତି ପ୍ରସ୍ତୁତ କରିବେ । ମାଓବାଦୀଙ୍କ ମୁକାବିଲା ପାଇଁ ଓଡିଶାର କଣ ଆଭିମୁଖ୍ୟ ରହିବ ସେ ନେଇ ଆଲୋଚନା ହେବ ।

ସେହିପରି ଆସନ୍ତା ୮ତାରିଖରେ ମାଓ ମୁକାବିଲା ନେଇ ଦିଲ୍ଲୀରେ ବସିବ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ । ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ମାଓ ପ୍ରଭାବିତ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହେବେ । କିଭଳି ମାଓ ଦମନ ପ୍ରକ୍ରିୟାକୁ ସଫଳ କରାଯିବ ସେନେଇ ଚୂଡାନ୍ତ ରଣନୀତି ପ୍ରସ୍ତୁତ କରିବେ ।