ବିଷମ ହେଉଛି ବିମୁଦ୍ରାକରଣ ! ନୋଟ୍ ଅଚଳ ଯୋଗୁଁ ଓଡ଼ିଶାରେ କମିଛି ୧୧% ରାଜସ୍ୱ ଆଦାୟ

26

କନକ ବ୍ୟୁରୋ : ବିମୁଦ୍ରାକରଣ ଯୋଗୁଁ ଓଡ଼ିଶାରେ ରାଜସ୍ୱ ଆଦାୟ ହ୍ରାସ ପାଇଛି । ନଭେମ୍ବର ମାସ ତୁଳନାରେ ଡିସେମ୍ବର ମାସରେ ଓଡ଼ିଶାରେ ରାଜସ୍ୱ ଆଦାୟ ୧୧ ପ୍ରତିଶତ ହ୍ରାସ ପାଇଛି । ଏକଥା କହିଛନ୍ତି ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ ।

ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ନେଇ ଘୋଷଣା କରିବା ପରେ ରାଜ୍ୟରେ ଅବକାରୀ ରାଜସ୍ୱ ସଂଗ୍ରହ ହ୍ରାସ ପାଇଛି । ଏହି ରାଜସ୍ୱ ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି । ସେହିଭଳି ମୂଲ୍ୟଯୁକ୍ତ କର ବା ଭାଟରୁ ମିଳୁଥିବା ଟିକସରେ ମଧ୍ୟ ହ୍ରାସ ଘଟିଛି । ଜମିବାଡ଼ି କିଣାବିକାରୁ ମିଳୁଥିବା ଷ୍ଟାମ୍ପ୍ ଡ୍ୟୁଟିରେ ମଧ୍ୟ ହ୍ରାସ ଘଟିଛି ।

ପୁରୁଣା ପାଂଚ ଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ କରିଦିଆଯିବା ପରେ ନିବନ୍ଧକମାନଙ୍କ ଅଫିସ୍ ଗୁଡ଼ିକରେ କାରବାର କମିଯାଇଛି । ସହରାଂଚଳରେ ସରକାର ଷ୍ଟାମ୍ପ୍ ଡ୍ୟୁଟିରୁ ୫ ପ୍ରତିଶତ ଓ ରେଜିଷ୍ଟ୍ରେସନରୁ ୨ ପ୍ରତିଶତ ଶୁଳ୍କ ପାଉଥିବା ବେଳେ ଜମି ଓ ଘର କିଣାବିକା କାରବାରରୁ ରାଜସ୍ୱ ସଂଗ୍ରହ ହ୍ରାସ ପାଇଛି ।