ଐତିହାସିକ ବିଶ୍ୱବିଦ୍ୟାଳୟରେ ଜଙ୍ଗଲରାଜ୍ ! ରେଭେନ୍ସାରେ ଜୁନିୟରଙ୍କୁ ଆଣ୍ଠେଇବା ସହ ଗୋଇଠା ମାରିଲେ ସିନିୟର୍

41

କନକ ବ୍ୟୁରୋ : ରେଭେନ୍ସାରେ ଜଙ୍ଗଲରାଜ । ଜୁନିୟର୍ ଛାତ୍ରଙ୍କୁ ସିନିୟରଙ୍କ ଅମାନୁଷିକ ଅତ୍ୟାଚାର । କ୍ୟାମ୍ପସରେ ଏବେ ବି ଚାଲିଛି ରାଗିଂ । ଆଉ ଅଭିଯୋଗ କରିବା ପରେ ରାଗ ଶୁଝାଇଛନ୍ତି ସିନିୟର୍ । ଜୁନିୟର୍ ଛାତ୍ରଙ୍କୁ ଆଂଠେଇ ରାଗିଂ କରିଛନ୍ତି ସିନିୟର୍ ଛାତ୍ର ।

ସୂଚନା ଅନୁସାରେ, ପ୍ଲସ୍ ଟୁ ପଢିବା ବେଳେ ରାଗିଂର ଶିକାର ହୋଇଥିଲେ ଜଣେ ଛାତ୍ର । ଦ୍ୱିତୀୟ ବର୍ଷର ସିନିୟର୍ ଛାତ୍ର କରିଥିଲେ ରାଗିଂ । ଅଭିଯୋଗ ପରେ ସଂପୃକ୍ତ ଛାତ୍ରଙ୍କୁ ବାହାର କରିଦେଇଥିଲେ କର୍ତ୍ତୃପକ୍ଷ । ହେଲେ ଏଇଠି ସରିନଥଲା ଛାତ୍ରଙ୍କ ଗୁଣ୍ଡାଗିରି । ଅଭିଯୋଗ କରିଥିବା ଛାତ୍ରଙ୍କ ଉପରେ ରାଗ ରଖିଥିଲେ ସଂପୃକ୍ତ ସିନିୟର୍ ଛାତ୍ର । ସୋସିଆଲ୍ ମିଡିଆରେ ବାରମ୍ବାର ଦେଉଥିଲେ ଧମକ । ଅଭିଯୁକ୍ତ ସିନିୟର୍ ଛାତ୍ର ହେଉଛନ୍ତି ଶୁଭ୍ରଜିତ୍ ରୟ । ଏବେ ସେ ରେଭେନ୍ସାର ବିବିଏର ଛାତ୍ର ।

ସେପଟେ ରେଭେନ୍ସା କୂଳପତି କହିଛନ୍ତି, ଛାତ୍ରଙ୍କୁ ରାଗିଂ ନେଇ ତାଙ୍କ ପାଖକୁ କିଛି ଲିଖିତ ଅଭିଯୋଗ ଆସିନାହିଁ ଯଦି ଅଭିଯୋଗ ଆସେ ତେବେ ସେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ । ରେଭେନ୍ସା ହେଉଛି ରାଜ୍ୟର ଏକ ମର୍ଯ୍ୟଦାସମ୍ପନ୍ନ ଶିକ୍ଷାନୁଷ୍ଠାନ । ଏହି ଅନୁଷ୍ଠାନର ଉଦାହରଣ ଦିଆଯାଇ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ପ୍ରଦାନ କରାଯାଇଥାଏ । ଆଉ ଆଜିର ଏହି ଘଟଣା ଏହି ଗୌରବମୟ ବିଶ୍ୱବିଦ୍ୟାଳୟର ମର୍ଯ୍ୟଦାରେ ଆଂଚ୍ ଆଣିଛି ।