ସାହିଦଙ୍କ ସେକ୍ସ ସିକ୍ରେଟ୍ ! ‘କଫି ୱିଥ୍ କରନ୍’ରେ ପତ୍ନୀ ମୀରା କଲେ ଖୁଲାସା

50

କରନ୍ ଜୋହରଙ୍କ ଲୋକପ୍ରିୟ ସୋ’ ‘କଫି ୱିଥ୍ କରଣ’ରେ ସାହିଦ କପୁରଙ୍କ ଅନେକ ଗୋପନୀୟ କଥାର ଖୁଲାସା କରିଛନ୍ତି ପତ୍ନୀ ମୀରା । ସ୍ୱାମୀଙ୍କ ଖରାପ ଅଭ୍ୟାସଠାରୁ ଆରମ୍ଭ କରି ସେକ୍ସ ସିକ୍ରେଟ୍ ପର୍ଯ୍ୟନ୍ତ ସମସ୍ତ କଥା ସେୟାର୍ କରିଛନ୍ତି ମୀରା । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ କରଣଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୀରା କହିଥିଲେ କି ସେମାନେ କାରରେ ମଧ୍ୟ ସେକ୍ସ କରିଛନ୍ତି । ଏପରିକି ବେଳେ ବେଳେ ସାହିଦ୍ କିଛି ନପିନ୍ଧି ଶୁଅନ୍ତି ବୋଲି କହିଛନ୍ତି ମୀରା ।

ଉଭୟ ନିଜର ପ୍ରେମ କାହାଣୀ ମଧ୍ୟ ବଖାଣିଥିଲେ ଏହି ସୋ’ରେ । ଯେତେବେଳେ ମୀରାଙ୍କୁ ଦେଖିବାପାଇଁ ସାହିଦ୍ ପ୍ରଥମ ଥର ଯାଇଥିଲେ ସେତେବେଳେ ଉଭୟ ଏକାଠି ୭ ଘଂଟା କଟାଇଥିଲେ । ଯାହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା । ଗତ କିଛି ଦିନ ହେବ ସାହିଦ କପୁରଙ୍କ ଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ତାଙ୍କ ପତ୍ନୀ ମୀରା ରାଜପୁତ୍ । ସହିଦଙ୍କ ତୁଳନାରେ ମୀରାଙ୍କ ଫ୍ୟାନ ଫଲୋଇଙ୍ଗ୍ ମଧ୍ୟ କମ୍ ନାହାଁନ୍ତି ।