ଅବସରପ୍ରାପ୍ତ ଆଇଏଏସ ହିମାଂଶୁ ଶେଖର ସାମନ୍ତରାୟଙ୍କୁ ଜେଲଦଣ୍ଡ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅବସରପ୍ରାପ୍ତ ଆଇଏଏସଙ୍କୁ ଜେଲ ଦଣ୍ଡ । ଆଇଏଏସ ହିମାଂଶୁ ଶେଖର ସାମନ୍ତରାୟଙ୍କୁ ଜେଲଦଣ୍ଡ ଦିଆଯାଇଛି । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ୩ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏହାସହ ୨୦ ଲକ୍ଷ ଟଙ୍କାର ଜରିମାନା ଆଦାୟ ପାଇଁ କୋର୍ଟଙ୍କ ନିର୍ଦେଶ ରହିଛି । ଉଠାଜଳ ସେଚନ ବିଭାଗର ପୂର୍ବତନ ଅଧ୍ୟକ୍ଷ ଥିବା ବେଳେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ସେହି ସମୟରେ ୧ କୋଟି ୩୪ ଲକ୍ଷ ଜବତ ହୋଇଥିଲା।