କିଏ ଜିତିବ ଉତ୍ତର ପୂର୍ବ ! ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ଆଜି କହିବ ଦେଶର ମୁଡ, ୩ ରାଜ୍ୟର ବିଧାନସଭା ଭୋଟ୍ ଗଣତି ଆରମ୍ଭ

21

କନକ ବ୍ୟୁରୋ: ଆଜି ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରାରେ କଡା ସୁରକ୍ଷାରେ ବିଧାନସଭା ନିର୍ବାଚନର ଭୋଟ ଗଣତି । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଛି । ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୧୮ତାରିଖରେ ତ୍ରିପୁରା ଏବଂ ଫେବୃୟାରୀ ୨୭ରେ ନାଗାଲାଣ୍ଡ ଓ ମେଘାଳୟରେ ମତଦାନ ହୋଇଥିଲା । ଅନ୍ୟପଟେ ଉତ୍ତରପୂର୍ବାଂଚଳର ଫଳାଫଳ ଦେଶର ରାଜନୀତିକୁ ମଧ୍ୟ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । ବିଜେପି ଦେଶର ସମସ୍ତ ଅଂଚଳରେ ଶାସନ ଅକ୍ତିଆର କରିବା ଯୋଜନାରେ ଏହା ଏକ ମାଇଲଖୁଂଟ ହେବ । ଭୋଟ ଗଣତିକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ସୀମାରେ ସୁରକ୍ଷା ବଢାଇ ଦିଆଯାଇଛି । ଗଣତି କେନ୍ଦ୍ରରେ ମଧ୍ୟ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି ।

ଏକଜିଟ୍ ପୋଲ ଅନୁସାରେ, ତ୍ରିପୁରାରେ ଗତ ୨୫ ବର୍ଷ ଧରି ଶାସନରେ ଥିବା ବାମ ସରକାରଙ୍କ ପତନ ହେବ ଏବଂ ପ୍ରଥମ ଥର ଶାସନ ହାତେଇବ ବିଜେପି । ତ୍ରିପୁରାରେ ଶାସନରେ ଥିବା ସିପିଏମ ଓ ବିଜେପି ମଧ୍ୟରେ କଡା ମୁକାବିଲା ହେଉଛି । ଏଠାରେ ଥିବା ୬୦ ବିଧାନସଭା ଆସନରୁ ୫୯ ଆସନରେ ମତଦାନ ହୋଇଛି । ତ୍ରିପୁରାରେ ଫେବୃଆରୀ ୧୮ ତାରିଖରେ ହୋଇଥିବା ମତଦାନରେ ମୋଟ ୯୨ ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି । ଏହା ନିର୍ବାଚନ ଇତିହାସରେ ଏକ ରେକର୍ଡ ସୃଷ୍ଟି କରିଛି । ତେବେ ଦେଶର ନଜରରେ ରହିଛି ତ୍ରିପୁରା । ଏଠାରେ ଦୀର୍ଘ ୨୫ ବର୍ଷ ଧରି ବାମମେଂଟ କ୍ଷମତାରେ ରହିଛି । ମାଣିକ ସରକାର ଏଠାରେ ଶାସନରେ ଅଛନ୍ତି । ତେବେ ବାମମେଂଟ ପୁଣି କ୍ଷମତାକୁ ଆସିବାକୁ ଦାବି କରିଥିବା ବେଳେ ବିଜେପି ବି କ୍ଷମତାକୁ ଆସବ ବୋଲି ଆଶା ରଖିଛି । ତ୍ରିପୁରାର ବିଜେପି କ୍ଷମତାସୀନ ହେବ ବୋଲି ଦୁଇଟି ସର୍ଭେ ପୂର୍ବାନୁମାନ କରିଛି । ତ୍ରିପୁରାରେ ବିଜେପି ହାରିଲେ କେବଳ ଗୋଟିଏ ରାଜ୍ୟ କେରଳ ହିଁ ବାମମେଂଟ ହାତରେ ରହିବ ।

ବହୁ ଅସ୍ଥିର ପରିସ୍ଥିତିରେ ନାଗାଲାଣ୍ଡରେ ବିଧାନସଭା ପାଇଁ ମତଦାନ ହୋଇଛି । ବହୁ ସଂଗଠନ ନିର୍ବାଚନକୁ ବହିଷ୍କାର କରିଥିଲେ । ଏହା ସହ ମୋଟ ୬୦ଟି ବିଧାନସଭା ଆସନ ଥିବା ବେଳେ କଂଗ୍ରେସ ସମସ୍ତ ଆସନରେ ପ୍ରାର୍ଥୀ ଦେଇପାରି ନଥିଲା । ଅନ୍ୟପଟେ ବିଜେପିର ସହଯୋଗୀ ଦଳ ଏନପିପି ମଧ୍ୟ ଦୁଇ ଭାଗ ହୋଇଗଲା । ବିଦ୍ରୋହୀ ଏନପିପି ଗୋଷ୍ଠୀ ସହ ବିଜେପି ମେଂଟ କରି ନିର୍ବାଚନ ଲଢିଥିବା

ତେବେ ନାଗାଲାଣ୍ଡରେ ମୋଟ ୬୦ଟଇ ବିଧାନସଭା ଆସନରୁ ୫୯ ଆସନରେ ମତଦାନ ହୋଇଥିଲା । ଗୋଟିଏ ଆସନରେ ନବଗଠିତ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗେସିଭ ପାର୍ଟି, ଏନଡିପିପିର ମୁଖ୍ୟ ନିଫ୍ୟୁ ରିଅ ଗୋଟିଏ ଆସନରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଛନ୍ତି । ଏଠାରେ ବିଜେପି ଏନଡିପିପି ସହ ମେଂଟ କରି ନିର୍ବାଚନ ଲଢୁଛି । ବିଭିନ୍ନ ସର୍ଭେରେ ବିଜେପି-ଏନଡିପିପି ମେଂଟ ସରକାର ଗଢିବ ବୋଲି ପୂର୍ବାନୁମାନ କରାଯାଇଛି । ବିଜେପି ୨୦ ଆସନରେ ଓ ଏନଡିପିପି ୪୦ ଆସନରେ ନିର୍ବାଚନ ଲଢୁଛନ୍ତି । ନାଗାଲାଣ୍ଡରେ ବର୍ତମାନ ନାଗା ପିପୁଲସ ଫ୍ରଂଟ ସରକାରରେ ଅଛି ।

ସେପଟେ ମେଘାଳୟରେ କଂଗ୍ରେସ ପାଇଁ ନିଜ ଗଡ ବଂଚାଇବା ଏକ ବଡ ଚ୍ୟାଲେଂଜ ସୃଷ୍ଟି ହୋଇଛି । ଏଠାରେ ନିର୍ବାଚନ ହାରିଗଲେ ଦେଶରେ କଂଗ୍ରେସ ଆଉ ଏକ ରାଜ୍ୟରୁ ସଫା ହୋଇଗଲା ବୋଲି ବାର୍ତା ଯିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଏହା ବିଜେପିର କଂଗ୍ରେସ ମୁକ୍ତ ଭାରତ ନାରାକୁ ଅଧିକ ଶକ୍ତିଶାଳୀ କରିବ । ଫଳରେ ୨୦୧୯ ନିର୍ବାଚନରେ ଏହାକୁ ଏକ ବଳିଷ୍ଠ ପ୍ରସଙ୍ଗ ବିଜେପି କରିବ ବୋଲି କୁହାଯାଉଛି । ଏକ୍ଜିଟ୍ ପୋଲ ଅନୁସାରେ ଏଠାରେ ଥିବା ମୋଟ ୬୦ ବିଧାନସଭା ଆସନରୁ ପ୍ରାୟ ୩୦ଟି ଆସନରେ ବିଜେପି ଓ ସହଯୋଗୀ ବିଜୟ ହେବା ସମ୍ଭାବନା ଅଛିା ଏହାସହ କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀ ସମେତ ଅନ୍ୟ ଛୋଟ ଛୋଟ ଦଳ ମଧ୍ୟ ବିଜେପିକୁ ସମର୍ଥନ କରୁଛନ୍ତି ।

ମେଘାଳୟରେ କଂଗ୍ରେସ ଦୀର୍ଘ ୧୦ ବର୍ଷ ଧରି ଶାସନ କ୍ଷମତାରେ ରହିଛି । ଗତ ନିର୍ବାଚନରେ କଂଗ୍ରେସ ଏଠାରେ ୬୦ ଆସନକୁ ୨୯ ଆସନରେ ଜିତିଥିଲ।। କିନ୍ତୁ ଏଥର ଝୁଲା ବିଧାନସଭା ହୋଇପାରେ ବୋଲି ଅନେକ ସର୍ଭେ ପୂର୍ବାନୁମାନ କରିଛନ୍ତି । ଆସାମ, ମଣିପୁର ଓ ଅରୁଣାଚଳ ପ୍ରଦେଶରେ ବିଜୟ ପରେ ମେଘାଳୟ ଉପରେ ନଜର ରଖିଛି ବିଜେପି । ରାଜ୍ୟରେ ବିଜେପି ଏକ ବଡ ଶକ୍ତି ଭାବେ ଉଭା ହେବ ବୋଲି ଆକଳନ କରାଯାଇଛି । କଂଗ୍ରେସ ୫୯ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ବିଜେପି ୪୭ ଟି ଆସନରେ ପ୍ରାର୍ଥୀ ଦେଇଛି । ମେଘାଳୟରେ କଂଗ୍ରେସ ହାରିଲେ କେବଳ ୪ଟି ରାଜ୍ୟ ହିଁ କଂଗ୍ରେସ ଦଖଲରେ ରହିବ । ପଞ୍ଜାବ, କର୍ଣ୍ଣାଟକ, ମିଜୋରମ ଓ ପୁଡୁଚେରୀରେ ହିଁ କଂଗ୍ରେସ ସରକାର ରହିବ ।