ଚୀନ ରୁ ମୂଳପୋଛ ହୋଇଯାଇପାରେ ଇସଲାମ ! ମୁସଲିମ୍ ସଂପ୍ରଦାୟଙ୍କ ଉପରେ ବଢୁଛି ପ୍ରତିବନ୍ଧକ

28

ଚୀନ ଅଫିସିଆଲ ଭାବେ ଏକ ନାସ୍ତିକ ଦେଶ । ଗତ ୪୦ ବର୍ଷରେ ଏଇଠି ଧାର୍ମିକ ଗତିବିଧି ବଢୁଛି । ଚୀନ ର ସମ୍ବିଧାନ ଏମିତିରେ କୈାଣସି ବି ଧର୍ମର ପାଳନ କରିବାକୁ ସ୍ୱାଧୀନତା ଦିଏ, କିନ୍ତୁ ଏହାପରେ ବି ଚୀନରେ ଧର୍ମ ରାସ୍ତାରେ ଅନେକ ପ୍ରତିବନ୍ଧକ ଅଛି । ସେଇଠି ଚୀନ ସରକାର ଏବେ ନିଜ ଦେଶରେ ଇସଲାମକୁ ମୂଳପୋଛ କରିବା ପାଇଁ କାମ କରୁଛି ।

ଚୀନରେ ଏବେ ମୁସଲିମ ପିଲାଙ୍କୁ ଧର୍ମ ଏବଂ ଇସଲାମିକ ଶିକ୍ଷା ଠାରୁ ଦୂରରେ ରହିବା ପାଇଁ ଉପଦେଶ ଦିଆଯାଇଛି । ଚୀନରେ ବହୁତ କମ୍ ସଂଖ୍ୟାରେ ମୁସଲିମ ସମୁଦାୟର ଲୋକ ବସବାସ କରନ୍ତି । ଶିଂଜିୟାଙ୍ଗ ପ୍ରାନ୍ତରେ ଯିଏ ବି ଉଇଗର ସମୁଦାୟର ମୁସଲିମ୍ ବହୁସଂଖ୍ୟକ ଅଛନ୍ତି, ତାଙ୍କ ବିରୁଦ୍ଧରେ ପ୍ରଥମରୁ ହିଁ ଚିନି ଅଧିକାରୀ କେତେକ ପ୍ରତିବନ୍ଧକ ଲଗାଇଛନ୍ତି ।

ଶିଜିୟାଙ୍ଗ ପ୍ରାନ୍ତ ପରେ ପଶ୍ଚିମ ଚୀନ ର ‘ଲିଟିଲ ମକ୍କା’ ରେ ବି ନାସ୍ତିକ ସତ୍ତାଧାରୀ କମ୍ୟୁନିଷ୍ଟ ଦଳ ମୁସଲିମ ପିଲାଙ୍କୁ ଧର୍ମ ଓ ଇସଲାମିକ ଶିକ୍ଷା ଠାରୁ ଦୂରେଇ ରଖିବାକୁ ଚାହାଁନ୍ତି । ଛୁଟି ସମୟରେ ‘ଲିଟିଲ ମକ୍କା’ ରେ ହଜାର ସଂଖ୍ୟକ ପିଲା କୁରାନ୍ କୁ ବୁଝିବା ପାଇଁ ମସଜିଦ୍ ଆସନ୍ତି । କିନ୍ତୁ ଚୀନ ସରକାର ଏହା ଉପରେ ଏବେ ପ୍ରତିବନ୍ଧକ ଲଗାଇଛନ୍ତି । ‘ଲିଟିଲ ମକ୍କା’ରେ ୧୬ ବର୍ଷ ରୁ କମ୍ ବୟସର ପିଲାଙ୍କୁ ନମାଜ ଓ ଇସଲାମିକ ଶିକ୍ଷା ଠାରୁ ଦୂରେଇ ରହିବା ପାଇଁ କୁହାଯାଇଛି । ଏହି ପିଲାଙ୍କ ପାଇଁ ଧର୍ମ ନିରପେକ୍ଷ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ଚୀନ ଅଧିକାରୀଙ୍କ ଅନୁସାରେ, ଏହି ପିଲାଙ୍କୁ ବହୁତ ଫାଇଦା ହେବ ।

ଚୀନରେ ମୁସଲିମଙ୍କୁ ବି କେତେକ ପ୍ରତିବନ୍ଧକର ସାମନା କରିବାକୁ ପଡିଥାଏ । ଶିନଜିୟାଙ୍ଗ ପ୍ରାନ୍ତରେ ହିଜାବ ପିନ୍ଧିବା, ଦାଢ଼ି ବଢ଼ାଇବା ଓ ରମଜାନ୍ ମାସରେ ରୋଜା ରଖିବା ଉପରେ ମଧ୍ୟ ମନା ଅଛି । ଚୀନ ସରକାର ଧ୍ୱନି ପ୍ରଦୂଷଣ ଉପରେ ଜୋର ଦେଇ ସମସ୍ତ ୩୫୫ ମସଜିଦ୍ ରୁ ଲାଉଡ ସ୍ପିକର ହଟାଇବା ପାଇଁ ପ୍ରଥମରୁ ଆଦେଶ ଦିଆସରିଛି । ଦାଢ଼ି ରଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଏଫପିର ରିପୋର୍ଟ ଅନୁସାରେ ନୂଆ ଆଦେଶ ପରେ ଗାଁସୁ ପ୍ରାନ୍ତର ଲୋକଙ୍କ ଠାରେ ଚୀନ ଅଧିକାରୀଙ୍କୁ ନେଇ ବହୁତ ଡର । ଏକ ଇମାମଙ୍କ ଅନୁସାରେ, ବର୍ତ୍ତମାନ ପରିସ୍ଥିତି ବହୁତ ଖରାପ, ଏମିତି ହିଁ ରହିବ ଯଦି ବହୁତ ଶୀଘ୍ର ତାଙ୍କର ଅସ୍ତିତ୍ୱ ଶେଷ ହୋଇଯିବ ।