ଟିଭି ଚ୍ୟାନେଲକୁ ଘୋଷକାରଙ୍କ ତାଲିକା ମାଗିବ ଶ୍ରୀମନ୍ଦିର ପ୍ରଶାସନ

130

କନକ ବ୍ୟୁରୋ: ଏଣିକି ଘୋଷଯାତ୍ରାରେ ଯେକୌଣସି ଘୋଷକାର ଦେଇପାରିବେନି ଧାରାବିବରଣୀ । ରଥଯାତ୍ରା ବେଳେ ଟିଭିରେ ଅବିରତ ଧାରାବିବରଣୀ ଦେବାକୁ ଚୟନ ହେବେ ଘୋଷକାର । ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଉପରେ ସଠିକ୍ ଧ୍ୟାନ ଧାରଣା ରଖିଥିବା ବ୍ୟକ୍ତି ହିଁ ଧାରାବିବରଣୀ ଦେଇପାରିବେ । ଆଉ ଯେଉଁମାନଙ୍କ ସଂସ୍କୃତି ଉପରେ ଆଦୌ ଜ୍ଞାନ ନଥିବ କିମ୍ବା ଗବେଷଣା କମ ଥିବ ସେମାନଙ୍କୁ ଏଥିରୁ ବିରତ ଦିଆଯିବ । ଘୋଷଯାତ୍ରାରେ ଘୋଷକାରଙ୍କ ସମ୍ପର୍କରେ ବଡ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ।

ରଥଯାତ୍ରାରେ ସବୁ ଟିଭି ଚ୍ୟାନେଲଙ୍କୁ ସବୁଜ ସଙ୍କେତ ଦେବା ସମୟରେ ଘୋଷକାରଙ୍କୁ ନେଇ ବଡ କଥାଟିଏ କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ଟିଭିରେ ଧାରାବିବରଣୀ ଦେବା ସମୟରେ ଅନେକ ଘୋଷକାର ଜଗନ୍ନାଥ ସଂସ୍କୃତି ବିଷୟରେ ଭୁଲଭାଲ ତଥ୍ୟ ଦେଉଛନ୍ତି । ସଂସ୍କୃତି ବାବଦରେ ଉଲମ ବିଲମ କଥା କହୁଛନ୍ତି ତେଣୁ ଜ୍ଞାନଗାରିମା କମ ଥିବା ଘୋଷକାରଙ୍କୁ ଏଥର ବିରତ ଦେବାକୁ ମୁଖ୍ୟ ପ୍ରଶାସକ ସଙ୍କେତ ଦେଇଛନ୍ତି । ତେବେ ଏନେଇ ସମସ୍ତ ଟିଭି ଚ୍ୟାନେଲ ମୁଖ୍ୟଙ୍କୁ ଘୋଷକାରଙ୍କ ତାଲିକା ଦେବାକୁ କୁହାଯିବ । ସବୁ ଚ୍ୟାନେଲକଙ୍କୁ ଚିଠି କରାଯିବ ଘୋଷକାରଙ୍କ ତାଲିକା ଦେବାକୁ । ତାଲିକା ଦାଖଲ ପରେ ଘୋଷକାର ଚୟନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ଜଗନ୍ନାଥଙ୍କ ସମ୍ପର୍କରେ ଭୁଲ ତଥ୍ୟ ଦେଉଥିବାରୁ ଘୋଷକାରଙ୍କ ବାବଦରେ କଡା ପଦକ୍ଷେପ ନେବେ ମନ୍ଦିର ପ୍ରଶାସକ ।