ଟାଟା ସ୍କାଏ ଡିଟିଏଚ୍ ରୁ ଚ୍ୟାନେଲ୍ ଡିଲିଟ୍ ହୋଇଛି କି ? ଅସନ୍ତୁଷ୍ଟ ହେବାର କୌଣସି କାରଣ ନାହିଁ ମିସକଲ.ହ୍ୱାଟସଆପ୍ ଏବଂ ଏସଏମଏସ୍ ଜରିଆରେ ପୁଣିଥରେ ଦେଖିପାରିବେ ନିଜ ପ୍ରିୟ ଚ୍ୟାନେଲ୍ ।

87

ଯଦି ଆପଣ ବି ଟାଟା ସ୍କାଏ ଡିଟିଏଚ୍ ର ସବସ୍କ୍ରାଇବର ଅଛନ୍ତି ତେବେ ଆପଣ ନିଶ୍ଚିତ ଜାଣିଥିବେ ଯେ ଟାଟା ସ୍କାଏରୁ ଅନେକ ସାରା ଚ୍ୟାନେଲ୍ ଅଟୋମେଟିକାଲି ଡିଲିଟ୍ ହୋଇଯାଇଛି । ସେହି ସବୁ ଚ୍ୟାନେଲ୍ କୁ ଯଦି ଆପଣ ପୁନଶ୍ଚ ଟିଭି ପରଦାକୁ ଆଣିବାକୁ ଚାହୁଁଛନ୍ତି ତେବେ ଏହି ଟ୍ରିକ୍ କୁ ବ୍ୟବହାର କରନ୍ତୁ । ସର୍ବପ୍ରଥମେ ଆପଣ ଟାଟା ସ୍କାଏରୁ ଡିଲିଟ୍ ହୋଇଥିବା ଚ୍ୟାନେଲ୍ ର ଏକ ଲିଷ୍ଟ୍ ପ୍ରସ୍ତୁତ କରନ୍ତୁ । ଯେଭଳି ସୋନିର କିଛି ଚ୍ୟାନେଲ୍ । ଟାଟା ସ୍କାଏରୁ ଡିଲିଟ୍ ହୋଇଥିବା ଚ୍ୟାନେଲ୍ କୁ ଆପଣ ୩ ଟି ପ୍ରକ୍ରିୟାରେ ପୁନଶ୍ଚ ଆଣିପାରିବେ । ଏସଏମଏସ କିମ୍ବା ମିସ୍ କଲ୍ ଜରିଆରେ ଆପଣ ଏହି ଚ୍ୟାନେଲ୍ କୁ ପୁନଶ୍ଚ ଦେଖିପାରିବେ ।

ଏସଏମଏସ୍ ଜରିଆରେ : ଯଦି ଆପଣ ଏସଏମଏସ୍ ଜରିଆରେ ଡିଲିଟ୍ ହୋଇଥିବା ଚ୍ୟାନେଲ୍ ପୁନଶ୍ଚ ପାଇବାକୁ ଚାହାଁନ୍ତି ତେବେ ୫୬୬୩୩ ରେ ଚ୍ୟାନେଲ୍ କୋଡ୍ କୁ ଏସଏମଏସ୍ କରନ୍ତୁ । ଯଦି ଆପଣ ସୋନି ଚ୍ୟାନେଲ୍ କୁ ଚାଲୁ କରିବାକୁ ଚାହୁଁଛନ୍ତି ତେବେ ୫୬୬୩୩ ରେ ଆଡ୍ ସୋନି ଲେଖି ଏସଏମଏସ୍ କରିବାକୁ ପଡିବ ।

ହ୍ୱାଟସଆପ୍ ଜରିଆରେ : ହ୍ୱାଟସଆପ୍ ରୁ ଡିଟିଏଚ୍ ଚ୍ୟାନେଲ୍ ଚାଲୁ କରିବାକୁ ଚାହୁଁଥିଲେ ମୋବାଇଲ୍ ଫୋନରେ ୧୮୦୦୨୦୮୬୬୩୩ ନମ୍ବରକୁ ସେଭ୍ କରନ୍ତୁ ଏବଂ ଆଡ୍ ସୋନି ଲେଖି ସେଭ୍ କରନ୍ତୁ ଏବଂ ଏହି ମେସେଜ୍ କୁ ସେଣ୍ଡ୍ କରନ୍ତୁ ।

ମିସ୍ କଲ୍ ଦିଅନ୍ତୁ : ଆପଣ ଏହି ସବୁ ନମ୍ବରରେ ମିସକଲ୍ ଦେଇ ମଧ୍ୟ ଡିଲିଟ୍ ହୋଇଥିବା ଚ୍ୟାନେଲ୍ ପୁଣିଥରେ ଟିଭି ପରଦାରେ ଦେଖିପାରିବେ ।