‘ରେଷ୍ଟୁରାଣ୍ଟ ଅନ୍ ହ୍ଵିଲ୍ସ’ ନାମରେ ଆରମ୍ଭ ହେଲା ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ୍ । ପୁରୁଣା ମେମୁ କୋଚ୍ ରୁ ପ୍ରସ୍ତୁତ ହେଲା ରେଷ୍ଟୁରାଣ୍ଟ୍

275

ଭାରତୀୟ ରେଳ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଆସନସୋଲ ରେଳଷ୍ଟେସନରେ ଦେଶର ପ୍ରଥମ ରେଳ ରେଷ୍ଟୁରାଣ୍ଟ ଆରମ୍ଭ କରାଯାଇଛି । ଯାହାର ନାମ ‘ରେଷ୍ଟୁରାଣ୍ଟ ଅନ୍ ହ୍ଵିଲ୍ସ’ ରଖାଯାଇଛି । ପୂର୍ବତଟ ରେଳ ଅଧିକାରୀଙ୍କ କହିବା ଅନୁସାରେ, ଦୁଇଟି ପୁରୁଣା ମେମୁ କୋଚ୍ କୁ ମିଶାଇ ଏହି ରେଷ୍ଟୁରାଣ୍ଟ ତିଆରି କରାଯାଇଛି । ଏହା ଉଭୟ ଯାତ୍ରୀ ଓ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଏହାର ଉଦଘାଟନ କରିଛନ୍ତି । ଟୁଇଟ୍ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ରେଷ୍ଟୁରାଣ୍ଟରେ ରୋଲ୍ ଠାରୁ ଆରମ୍ଭ କରି ଆମିଷ ଏବଂ ନିରାମିଷର ଖାଦ୍ୟ ମିଳିବ।

ପ୍ରଥମ କୋଚରେ ଚା’ ଏବଂ ସ୍ନାକ୍ସ ରହିଥିବା ବେଳେ ଦ୍ୱିତୀୟଟିରେ ଲଞ୍ଚ ଏବଂ ଡିନର ବ୍ୟବସ୍ଥା ରହିଛି । ପୂରା ରେଷ୍ଟୁରାଣ୍ଟକୁ ଏୟାରକଣ୍ଡିଶନ କରାଯାଇଛି । ଆଗାମୀ ୫ ବର୍ଷ ମଧ୍ୟରେ ୫୦ ଲକ୍ଷ ଟଙ୍କା ଏହି ରେଷ୍ଟୁରାଣ୍ଟରୁ ରୋଜଗାର କରାଯିବାର ଲକ୍ଷ୍ୟ ରଖାଯାଇଛି । ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏହା ଭିତରକୁ ଖୁବ୍ ସୁନ୍ଦର ଭାବରେ ସଜ୍ଜିତ କରାଯାଇଛି । କୋଚର କାନ୍ଥକୁ ପେଣ୍ଟିଂ କରାଯିବା ସହ ପୁରୁଣା ସାମଗ୍ରୀରେ ସଜା ଯାଇଛି । ପ୍ରତି ଟେବୁଲରେ ଲାଇଟ୍ ଲଗାଯାଇଛି । ରେଷ୍ଟୁରାଣ୍ଟ୍ ର ଲୁକ୍ ପାଇଁ ଏଠାରେ ଗ୍ରାହକଙ୍କ ଗହଳି ମଧ୍ୟ ଦେଖିବାକୁ ମିଳୁଛି ।

Ministry of Railways

@RailMinIndia