ଘର ଭିତରେ ଅହିରାଜ ସାପ । ମୟୂରଭଂଜ ଜିଲ୍ଲା ବାଲିଆପାଳ ଗାଁରୁ ଉଦ୍ଧାର ହେଲା ୧୯ ଫୁଟର ଅହିରାଜ

ଘର ଭିତରୁ ଉଦ୍ଧାର ହେଲା ୧୯ ଫୁଟର ଅହିରାଜ

225

କନକ ବ୍ୟୁରୋ : ଘର ଭିତରୁ ଉଦ୍ଧାର ହେଲା ୧୯ ଫୁଟର ଅହିରାଜ । ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଖ ବାଳିଆପାଳ ଗାଁରୁ ଏହି ବିଶାଳକାୟ ଅହିରାଜ ସାପ ଉଦ୍ଧାର କରାଯାଇଛି । ଗତକାଲି ସଂଧ୍ୟାରେ ଖାଇପିଇ ଶୋଇବାକୁ ଯିବା ବେଳେ ପରିବାର ଲୋକେ ଏହି ବିଶାଳକାୟ ଅହିରାଜକୁ ଦେଖିଥିଲେ । ଘର ଭିତରେ ଅହିରାଜ ସାପକୁ ଦେଖି ପରିବାର ଲୋକେ ଆତଙ୍କିତ ହୋଇପଡିଥିଲେ । ତୁରନ୍ତ ଗାଁ ଲୋକେ ସାପ ଧରାଳିକୁ ଖବର ଦେଇଥିଲେ । ଖବର ପାଇ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ପହଂଚି ଘର ଭିତରୁ ୧୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଥିଲେ ।

 

ଉଦ୍ଧାର ପରେ ଅହିରାଜ ସାପକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ଅହିରାଜ ସାପକୁ ପୁଣି ଶିମିଳିପାଳ ଅଭୟାରଣ୍ୟରେ ଛାଡି ଦିଆଯାଇଥିବା ସୂଚନା ମିଳିଛି । ତେବେ ସାପକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ ଜମିଥିଲା । କେବଳ ଅହିରାଜ ନୁହେଁ ବରଂ ପୂର୍ବରୁ ଅନେକ ପ୍ରକାର ବିଷଧର ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି ।