କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଆଜି ମହାକାଶକୁ ଛଡାଯାଇଛି ରିସୋସାର୍ଟ-ଟୁ-ଏ ଉପଗ୍ରହ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଠିକ୍ ୧୦ଟା ୨୫ରେ ଏହି ଉପଗ୍ରହକୁ ଲଂଚ କରାଯାଇଛି । ଏହି ଉପଗ୍ରହକୁ ପୃଥିବୀରୁ ୮୧୭କିଲୋମିଟର ଦୂର ଏକ କକ୍ଷପଥରେ ଅବସ୍ଥାପିତ କରାଯିବ ।

ଏଥିପାଇଁ ସୋମବାର ରାତିରୁ ୩୬ ଘଂଟିଆ ଅବଗଣନା ଆରମ୍ଭ ହୋଇଥିଲା ୧୨ଶହ ୩୫ କିଲୋଗ୍ରାମର ଏହି ଉପଗ୍ରହ ସୂର୍ଯ୍ୟ ପରିଧି ନିକଟରେ ଅବସ୍ଥାପିତ କରାଯିବ । କକ୍ଷପଥରେ ଘୁରି ବୁଲିବା ସହ ଏଥିରେ ଖଞ୍ଜା ଯାଇଥିବା ଅତ୍ୟାଧୁନିକ କ୍ୟାମେରା ଫଟୋ ଉତୋଳନ କରିବ ।

୨୦୦ ଜିଗା ବାଇଟର ଦୁଇଟି ରେକର୍ଡର ଏସବୁ ଫଟୋକୁ ସଂରକ୍ଷିତ କରି ପୃଥିବୀପୃଷ୍ଠକୁ ପ୍ରେରଣ କରିବ । ୨୦୦୩ରେ ରିସୋସାର୍ଟ-ୱାନ ଏବଂ ୨୦୧୧ରେ ରିସୋସାର୍ଟ-ଟୁ ଛାଡିଥିଲା ଇସ୍ରୋ ।