ରେସଲର ନରସିଂହ ଯାଦବଙ୍କ ଅଲିମ୍ପିକ୍ସ ଖେଳିବା ସନ୍ଦେହରେ : ଆଜି ଡୋପ୍ ଟେଷ୍ଟ ନେଇ ଶୁଣାଣି କରିବ ୱାଡା

19

କନକ ବ୍ୟୁରୋ : ରେସଲର ନରସିଂହ ଯାଦବଙ୍କ ଅଲିମ୍ପିକ୍ସ ଖେଳିବା ଏବେ ବି ସନ୍ଦେହରେ। ଆଜି ତାଙ୍କ ଭାଗ୍ୟ ନିର୍ଧାରଣ ହେବ। ଡୋପ ଟେଷ୍ଟରେ ବିଫଳ ହୋଇଥିବା ନରସିଂହଙ୍କୁ ନାଡା ଦେଇଥିବା କ୍ଲିନଚିଟ୍ ଉପରେ ପ୍ରଶ୍ନ ଉଠାଇଛି ୱାଡା। ଏନେଇ ଆଜି ଶୁଣାଣି କରିବ ୱାଡା। ଏହା ଉପରେ ହି ସମସ୍ତଙ୍କ ନଜର ରହିଛି।

ପୂର୍ବରୁ ଦୁଇ ଦିନ ତଳେ ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି କରିବା ସହ ନରସିଂହଙ୍କୁ ସମନ ଜାରି କରିଛି। ଗତ ଜୁନ୍ ୨୫ ଓ ଜୁଲାଇ ୫ ତାରିଖରେ ନରସିଂହଙ୍କ ଡୋପ ଟେଷ୍ଟରେ ପଜିଟିଭ୍ ଆସିଥିଲା। ଗୋଟିଏପଟେ ଆସନ୍ତା ୧୯ତାରିଖରେ ଭାରତ ପାଇଁ ରିଓରେ ପ୍ରତିଦ୍ୱନ୍ଦିତା କରିବା ଅପେକ୍ଷାରେ ଅଛନ୍ତି ନରସିଂହ ଯାଦବ।

ଅନ୍ୟପଟେ ୱାଡାର ଏଭଳି ଚ୍ୟାଲେଞ୍ଜ ନରସିଂହଙ୍କୁ ଅଡୁଆରେ ପକାଇବାର ସମ୍ଭାବନା ଦେଖାଦେଇଛି। ତେବେ କଣ ହେବ ନରସିଂହଙ୍କ ଭାଗ୍ୟ ତାହା ଆଜି ୱାଡାର ଶୁଣାଣିରୁ ସ୍ପଷ୍ଟ ହେବ।