ନେତାଙ୍କ ମୁହଁରେ ପରିବର୍ତ୍ତନ ! କଂଗ୍ରେସରେ ଜୋର ଧରିଲା ମୁଖିଆ ବଦଳର ସ୍ୱର

18

କନକ ବ୍ୟୁରୋ : ପିସିସିରେ ପରିବର୍ତନ ନେଇ ଚର୍ଚା ଆରମ୍ଭ ହେବା ପରେ ଆଜି ଦଳର ବରିଷ୍ଠ ନେତାମାନେ ଖୋଲାଖୋଲି ପରିବର୍ତନ ପାଇଁ ଯୁକ୍ତି ବାଢିଛନ୍ତି । ତଲସରା ବିଧାୟକ ପ୍ରଫୁଲ୍ଲ ମାଝି କହିଛନ୍ତି, ଯଦି ପରିବର୍ତନ ନହୁଏ, ତେବେ ଦଳ ବୁଡିଯିବ । ସେହିପରି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ପିସିସି ବଦଳିବା ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେପଟେ ଦିଲ୍ଲୀରେ ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା କଂଗ୍ରେସର ନବକଳେବର ନେଇ କାମ ଆରମ୍ଭ କରିଦେଇଥିବା ଚର୍ଚା ହେଉଛି । କୁହାଯାଉଛି, ଏଥର ସମାନ୍ତରାଳ ଭାବେ ସଭାପତିଙ୍କ ସହ ଜଣେ ନିର୍ବାଚନ ପ୍ରଚାର କମିଟିର ଅଧ୍ୟକ୍ଷ ରହିପାରନ୍ତି ।