ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବ ବଡ ପରିବର୍ତନ ! ରବିବାର ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମ୍ଭାବନା

42

କନକ ବ୍ୟୁରୋ : ଆଜି କିମ୍ବା ଆସନ୍ତାକାଲି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଏକ ବଡ ଧରଣର ପରିବର୍ତନ ହେବାକୁ ଯାଉଛି । ଏଥିପାଇଁ ରାଜଭବନକୁ ପ୍ରସ୍ତୁତ ରଖିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ଆଜି ନାଗାଲାଣ୍ଡରୁ ରାଜ୍ୟପାଳ ଆସିବା ପରେ ବିଧିବଦ୍ଧ ଭାବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବ । ରବିବାର ପୂର୍ବାହ୍ନରେ ନୂଆ ମନ୍ତ୍ରୀମାନେ ଶପଥ ନେବେ ବୋଲି ସୂଚନା ମିଳିଛି ।

ଡାକରା ପାଇ ନିଜ ନିଜ ଅଂଚଳରେ ଥିବା ମନ୍ତ୍ରୀମାନେ ଭୁବନେଶ୍ୱର ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ପରିବର୍ତନ ହେବା ନେଇ ସ୍ପଷ୍ଟ ଇଂଗୀତ ଦେଇଛନ୍ତି । ନବୀନ ଦିଲ୍ଲୀ ଯିବା ପୁର୍ବରୁ ଏହିି ପ୍ରକ୍ରିୟା ସାରି ଦେବା ନେଇ ଚର୍ଚ୍ଚା ହେଉଥିବାରୁ ଆଜି, କାଲି ଭିତରେ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ସଂଭାବନା ରହିଛି ।