କୃଷି କ୍ଷେତ୍ରରେ ବିଜ୍ଞାନର ନୂଆ କୌଶଳ: ଡ୍ରୋନ ବୁଣୁଛି ବିହନ, ସାର ଓ କୀଟନାଶକ

ରାୟଗଡାର ଉଦ୍ୟମୀ ଚାଷୀଙ୍କର ଉଦ୍ଭାବନ

119

କନକ ବ୍ୟୁରୋ: ଇଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ନିଜ ଇଚ୍ଛାବଳରେ କୃଷିକ୍ଷେତ୍ରରେ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରିବାରେ ସମର୍ଥ ହୋଇଛନ୍ତି ଜଣେ ଉଦ୍ୟମୀ ଚାଷୀ । କୃଷକଙ୍କ ସୁବିଧା ପାଇଁ ସେ ନିର୍ମାଣ କରିଛନ୍ତି ଦେଶୀ ଡ୍ରୋନ । ଏହା ବିଲରେ କୀଟନାଶକ ପ୍ରୟୋଗ କରିବା ସହ ବିହନ ଓ ସାର ବୁଣିପାରୁଛି । ରାୟଗଡା ଗୁଡାରୀ ବ୍ଲକ ସନ୍ୟାସୀଗୁଡା ଗାଁର ଯୁବକ ପି.ବାବୁ ରାଓ ।

 

ରାୟଗଡା ଜିଲ୍ଲାର ଗୁଡାରୀ ବ୍ଲକର ସନ୍ୟାସିଗୁଡା ଗ୍ରାମର ଯୁବକ ପି.ବାବୁ ରାଓ । ୨୦୧୧ ମସିହାରେ ବିଏଡ ପାସକରି ଚାକିରି ନପାଇଁ ଚାଷକୁ ନିଜର ଜୀବିକା ଭାବେ ବାଛିନେଇଥିଲେ । ହେଲେ ତାଙ୍କ ମନରେ ଶ୍ରମିକ ଅସୁବିଧାକୁ ଦୂର କରିବାକୁ ଅତ୍ୟାଧୂନିକ ଯନ୍ତ୍ରପାତି ମାଧ୍ୟମରେ ଚାଷ କରିବାକୁ ମନବଳାଇ ୟୁଟ୍ୟୁବ ଜରିଆରେ ନିର୍ମାଣ କରିବାରେ ସଫଳ ହୋଇଥିଲେ ଗୋଟିଏ ଡ୍ରୋନ । ଏଥିପାଇଁ ତାଙ୍କୁ ଏକବର୍ଷରୁ ଅଧିକ ସମୟ ଲାଗିଛି ଓ ଖର୍ଚ୍ଚ ହୋଇଛି ୩ ଲକ୍ଷରୁ ଅଧିକ ଟଙ୍କା । ଡ୍ରୋନର ଓଜନ ୧୨ କିଲୋଗ୍ରାମ ରହିଥିବାବେଳେ ୬୦ ଫୁଟ ଯାଏଁ ଉଡିବାର କ୍ଷମତା ରଖୁଛି ବୋଲି କହିଛନ୍ତି ବାବୁ ରାଓ ।

ତାଙ୍କର କହିବା ଅନୁସାରେ, ଏହି ଡ୍ରୋନ ୭ ମିନିଟରେ ଏକ ଏକରରେ ସାର, କୀଟନାଶକ ଓ ବିହନ ବୁଣିପାରିବ । ନିୟମ ଅନୁସାରେ ଏହାକୁ ମାନ୍ୟତା ଦେବାକୁ ରାଜ୍ୟ ସରକାରଙ୍କୁ ସୁପାରୀଶ କରିଛନ୍ତି ରାୟଗଡା ଜିଲ୍ଲାପାଳ ।