ମହାନଦୀରେ ବୁଡି ଯାଇଥିବା ୩ ଛାତ୍ରଙ୍କ ମୃତ୍ୟୁ

1

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଶେଷରେ ଆଖି ବୁଜିଲେ ମହାନଦୀରେ ବୁଡି ଯାଇଥିବା ୩ ଛାତ୍ର । ଉଦ୍ଧାରକାରୀ ଦଳ ତିନି ଜଣଙ୍କୁ ଉଦ୍ଧାର କରି ବଡ ମେଡିକାଲରେ ଭର୍ତି କରିଥିଲେ । ବୁଡିଯାଇଥିବା ଛାତ୍ରମାନେ ହେଉଛନ୍ତି କୋଲକାତାର ସୃଷ୍ଟିପଲ , ରାଂଚିର ସନ୍ଦିପ କୁମାର ଓ ଦିଲ୍ଲୀର ପ୍ରିୟତମ ପ୍ରିୟଦର୍ଶୀ । ଦମକଳ ବାହିନୀ ଓ ଓଡ୍ରାଫ ଉଦ୍ଧାରକାରୀ ଦଳ ଏହି ନିଖୋଜ ଛାତ୍ରଙ୍କୁୁ ଉଦ୍ଧାର କରିଛନ୍ତି । ଛାତ୍ରମାନେ ମହାନଦୀର ଗଡଗଡିଆ ଘାଟରେ ଗାଧଉଥିବାବେଳେ ବୁଡି ଯାଇଥିଲେ । ସମସ୍ତ ଛାତ୍ର ଭୁବନେଶ୍ୱର ନିଫ୍ଟ  ଶିକ୍ଷାନୁଷ୍ଠାନର ବୋଲି ଜଣାପଡିଛି।

Comments are closed.