ଆସାମରେ ପାଣି ଭିତରେ ପାଂଚଦିନ ହେଲା ପଂସିରହିଛି ୧୦ ବର୍ଷର ହାତୀ ! ଗୋଡରେ ଲାଗିଛି ଆଘାତ, ବଂଚାଇବାକୁ ଡାକ୍ତରଙ୍କ ଉଦ୍ୟମ ଜାରି

23

କନକ ବ୍ୟୁରୋ : ଫିସିଯାଇଛି ହାତୀଛୁଆ । ଆସମର ଗୌହାଟୀରୁ ୪୦ କିଲୋମିଟର ଦୂର ଆମଚାଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପାଣିରେ ଫସିଯାଇଛି ଛୁଆହାତୀ । ପ୍ରାୟ ୫ ଦିନ ହେଲା ହାତୀଛୁଆଟି ପାଣିରେ ଫସିଯାଇଛି । ତା ଗୋଡରେ ଆଘାତ ଲାଗିଛି । ତାକୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ପଶୁ ଡାକ୍ତରମାନେ ତା ଗୋଡର ଆଘାତକୁ ପ୍ରଥମେ ଚିକିତ୍ସା ପାଇଁ ଉଦ୍ୟମ କରୁଛନ୍ତି । ଯାହାଫଳରେ ସେ ନିଜ ଉଦ୍ୟମରେ ପାଣିରୁ ସୁରକ୍ଷିତ ସ୍ଥାନକୁ ଆସିପାରିବ ।