ଥାଇଲାଣ୍ଡ ଗୁମ୍ଫାରେ ଜୀବନ ମୃତ୍ୟୁ ସହ ସଂର୍ଘଷ କରୁଛନ୍ତି ୧୨ ଖେଳାଳି । ଆଜି ସନ୍ଧ୍ୟା ସୁଦ୍ଧା ଗୁମ୍ଫାରୁ ବାହାରି ପାରନ୍ତି ପ୍ରଥମ ଗ୍ରୁପ

57

ଥାଇଲାଣ୍ଡ ଗୁମ୍ଫାରେ ଫଶିଥିବା ୧୨ ଜଣ ଫୁଟବଲ ଖେଳାଳି ଓ ତାଙ୍କ କୋଚଙ୍କୁ ବାହାରକୁ ଆଣିବା ପାଇଁ ସବୁଠୁ ବଡ ରେସ୍କ୍ୟୁ ଅପରେସନ ଆଜି ଆରମ୍ଭ କରାଯାଇଛି । ୧୩ ଜଣ ଅର୍ନ୍ତଜାତୀୟ ସମୁଦ୍ର ବୁଡାଳୀ ଓ ଥାଇଲାଣ୍ଡର ୫ ଜଣ କମାଣ୍ଡୋଙ୍କୁ ଗୁମ୍ଫା ମଧ୍ୟକୁ ପଠାଯାଇଛି । ସନ୍ଧ୍ୟା ୭.୩୦ ଭିତରେ ଫଶି ରହିଥିବା ପ୍ରଥମ ଗ୍ରୁପକୁ ବାହାର କରାଯିବ ବୋଲି ଅନୁମାନ କରାଯାଉଛି । ମିଡିଆ ରିପୋର୍ଟ ମୁତାବିକ, ଫଶି ରହିଥିବା ଖେଳାଳିଙ୍କୁ ଉଦ୍ଧାର କରିବା ପାଇଁ ୪ଟି ଗ୍ରୁପ କରାଯାଇଛି । ପ୍ରଥମ ଗ୍ରୁପ ୪ ଜଣ ଖେଳାଳିଙ୍କୁ ସାଙ୍ଗରେ ଆଣିବାକୁ ଥିବା ବେଳେ ଅନ୍ୟ ଦୁଇଟି ଗ୍ରୁପ ୩ଟି ଲେଖାଏଁ ଖେଳାଳିଙ୍କୁ ସାଙ୍ଗରେ ଆଣିବେ । ଶେଷ ଗ୍ରୁପରେ କୋଚ ଓ ଅନ୍ୟ ଖେଳାଳିଙ୍କୁ ସାଙ୍ଗରେ ଅଣାଯିବ । ଜଣେ ଖେଳାଳିଙ୍କୁ ଆଣିବା ପାଇଁ ଦୁଇ ଜଣ ଲେଖାଏଁ ଉଦ୍ଧାରକାରୀ ଦଳକୁ ଗୁମ୍ଫା ଭିତରକୁ ପଠାଯାଇଛି ।

ସମସ୍ତ ପିଲାଙ୍କୁ ଏକାସାଙ୍ଗରେ ବାହାରକୁ ଅଣାଯିବ ନାହିଁ । ଏହି ଅପରେସନ ୨ରୁ ୪ ଦିନ ଯାଏଁ ଚାଲିବ ବୋଲି ଜଣା ପଡିଛି । ଶନିବାର ଗୁମ୍ଫା ମଧ୍ୟରେ ପାଣିସ୍ତର କମିବାରୁ ଖେଳାଳି ମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା । ମୋଟର ପମ୍ପ ଦ୍ୱାରା ଗୁମ୍ଫା ମଧ୍ୟରୁ ହଜାର ହଜାର ଲିଟର ପାଣି ବାହାର କରାଯାଇଛି । ଆଉ ଏହି ସମୟରେ ହିଁ ଗୁମ୍ଫା ମଧ୍ୟରେ ପାଦରେ ଚାଲି ଯାଇ ହେବ । ଥାଇଲାଣ୍ଡ ଉଦ୍ଧାରକାରୀ ଦଳଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ, ବ୍ରିଟେନ, ୟୁରୋପ ଓ ଏସିଆର କିଛି ଦେଶ ଏହି ଅପରେସନରେ ସାମିଲ ହୋଇଛନ୍ତି ।

ଗୁମ୍ଫାରେ ଫଶି ରହିଥିବା ଖେଳାଳିଙ୍କୁ ଉଦ୍ଧାର କରିବା ପାଇଁ ପାହାଡ଼ ଉପରେ ୧୦୦ରୁ ଅଧିକ ଚେମିଣି କରାଯାଉଛି । ପାହାଡ଼ ଉପର ରାସ୍ତାରୁ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଏଭଳି ଉପାୟ ଆପଣାଇଛନ୍ତି ଉଦ୍ଧାରକାରୀ ଦଳ । ସବୁଠୁ ବଡ କଥା ହେଉଛି ଏମାନଙ୍କୁ ଖୁବଶ୍ରୀଘ ଗୁମ୍ଫାର ବାହାରକୁ ଆସିବାକୁ ପଡିବ । ନଚେତ ଥରେ ବର୍ଷା ହେଲା ମାତ୍ରେ ୪ ମାସ ଅପେକ୍ଷା କରିବାକୁ ହେବ । କାରଣ ବର୍ଷା ଋତୁ ଆରମ୍ଭ ହୋଇ ଯାଇଥିବାରୁ ଗୁମ୍ଫାରେ ପାଣିର ସ୍ତର ବୃଦ୍ଧି ପାଇବ । କାର୍ବନ ଡାଇଅକ୍ସଆଇଡ ପ୍ରଭାବରେ ଶରୀରର ରକ୍ତ ବିଷାକ୍ତ ହୋଇଯିବ । ଏଭଳି ସ୍ଥିତି ହେଲେ ଲଗାତାର ୪ ମାସ ଗୁମ୍ଫା ମଧ୍ୟକୁ ଅକ୍ସିଜେନ ଦେବାକୁ ପଡିବ । ତେବେ ଏହି ଅପରେସନ ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଖାଲି କରାଯାଉଛି ।