ମିଳିବନି କାଳିଆର ଟଙ୍କ ତୋରାଣୀ ! ଶ୍ରୀମନ୍ଦିର ପ୍ରଶାସନର କଟକଣା

219

କନକ ବ୍ୟୁରୋ : ଟଙ୍କ ତୋରାଣି ପିଇବାକୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସୁଥିବା ଭକ୍ତଙ୍କୁ ଆଉ ମଳିିବନି ଟଙ୍କ ତୋରାଣି । କାରଣ ଆନନ୍ଦ ବଜାର ପରିସରରେ ଟଙ୍କ ତୋରାଣି ବିକ୍ରି ଉପରେ କଟକଣା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଟଙ୍କ ତୋରାଣି ପ୍ରସ୍ତୁତି ଓ ବିକ୍ରିରେ ଆବଶ୍ୟକୀୟ ପରିଚ୍ଛନତା ଅବଲମ୍ବନ କରାଯାଉ ନଥିବାରୁ ପ୍ରଶାସନ ଏଭଳି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି । ନିୟମ ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନି ଦିଆଯାଇଛି । ତେବେ କେବଳ ଟଙ୍କ ତୋରାଣି ନୁହେଁ ରାବିଡି ବିକ୍ରିକୁ ବି ବନ୍ଦ କରିବା ପାଇଁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । କିନ୍ତୁ ପ୍ରଶାସନର ଏହି ନିଷ୍ପତିକୁ ବିରୋଧ କରିଛନ୍ତି ସେବାୟତ । ସେପଟେ ଭକ୍ତ କିନ୍ତୁ ଟଙ୍କ ତୋରାଣି ବିକ୍ରି ବନ୍ଦ କରିବା ନିଷ୍ୱତିକୁ ସହଜରେ ଗ୍ରହଣ କରିପାରି ନାହଁନ୍ତି ।

କେଉଁ ଆବାହମାନ କାଳରୁ ଶ୍ରୀମନ୍ଦିରେ ପ୍ରସ୍ତୁତ ହେଉଛି ଟଙ୍କ ତୋରାଣି । ଏବେ ଦଖିନିଅନ୍ତୁ କେମିତି ପ୍ରସ୍ତୁତ ହୁଏ ଟଙ୍କ ତୋରାଣି ।

– ମହାପ୍ରସାଦ ଅନ୍ନରୁ ପ୍ରଥମେ ତୋରାଣି ପ୍ରସ୍ତୁତ କରାଯାଏ । ସାଧାରଣତ! ଦୁଇ ଦିନ ତଳର ଅନ୍ନ ଏଥିପାଇଁ ବ୍ୟବହାର କରାଯାଏ

– ଏହାପରେ ଏଥିରେ ଲେମ୍ବୁ,କମଳାପତ୍ର,ଜିରା ଓ ଅଦା ମିଶାଯାଏ ସ୍ୱାଦ ପାଇଁ ଲଙ୍କା ଓ ଲୁଣ ବି ମିଶିଥାଏ

– ଖରାଦିନରେ ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ପାଇଁ ଟଙ୍କ ତୋରାଣି ଭକ୍ତଙ୍କ ବେଶ ପସନ୍ଦ

ଟଙ୍କ ତୋରାଣି ପ୍ରସ୍ତୁତ ହେବାପରେ ଏହାକୁ ବେଶ କିଛି ଦିନ ଧରି ଆନନ୍ଦ ବଜାରରେ ବିକ୍ରି କରଯାଏ ।ଏବେ ପ୍ରଶାସନର କହିବା କଥା ଖାଦ୍ୟ ବାସି ହୋଇଯାଉଥିବାରୁ ଏହା ଶରୀର ପାଇଁ ଉପଯୁକ୍ତ ନୁହେଁ ।କେବଳ ଟଙ୍କ ତୋରାଣି ନୁହେଁ ବରଂ ରାବିଡି ବିକ୍ରିକୁ ବି ନିଷିଦ୍ଧ କରିଛି ପ୍ରଶାସନ ।ଏହା ସହ ଆନନ୍ଦ ବଜାରେ ପରିସରରେ ସେବାୟତଙ୍କ ଶୃଙ୍ଖଳିତ ଆଚରଣ ପାଇଁ ମଧ୍ୟ ଗାଇଡଲାଇନ ଜାରି କରାଯାଇଛି । କିନ୍ତୁ ପ୍ରଶ୍ନ ଉଠୁଛି ଭକ୍ତମାନଙ୍କର ଭାବ ଓ ଆବେଗ ସହ ଜଡିତ ଟଙ୍କ ତୋରାଣିର ବିକ୍ରି ବନ୍ଦ କରିବା କେତେ ଠିକ? ସ୍ୱଚ୍ଛ ପରିବେଶରେ ଟଙ୍କ ତୋରାଣି ପ୍ରସ୍ତୁତି ଉପରେ ପ୍ରଶାସନ କାହିଁକି ଗୁରୁତ୍ୱ ଦେଉ ନାହିଁ?