ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ । ପତାକା ଉତ୍ତୋଳନ କଲେ ରାଜ୍ୟପାଳ । ସମ୍ମାନିତ ଅତିଥି ଭାବେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ । ରଙ୍ଗାରଙ୍ଗ ପରେଡରେ ଝୁମିଲା ଗାନ୍ଧୀମାର୍ଗ

148

କନକ ବ୍ୟୁରୋ: ଭୁବନେଶ୍ୱର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ପରେଡ । ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ । ପ୍ରଥମ ଥର ପାଇଁ ସମ୍ମାନିତ ଅତିଥି ଭାବେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ପତାକା ଉତ୍ତୋଳନ ପରେ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ । ରଙ୍ଗାରଙ୍ଗ ପରେଡରେ ୪୮ଟି ଟ୍ରୁପ ସାମିଲ ହୋଇଛନ୍ତି । ତେବେ ପରେଡରେ କମାଣ୍ଡ ଦାୟିତ୍ୱ ନେଇଥିଲେ ଟ୍ରାଫିକ ଡିସିପି ସାଗରିକା ନାଥ ।

ସେପଟେ ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀ ପରେଡରେ ଭାଗ ନେଇଥିଲେ । ଏହା ସହିତ ପରେଡରେ ୧୨୦ ବାଟାଲିୟନ, ସିଆରପିଏଫ, ଆରପିଏଫ୍, ରାଜ୍ୟ ପୋଲିସର ଆଇଆର ବାଟାଲିୟନ , ଅଗ୍ନିଶମ, ଓଡ୍ରାଫ, ଏନସିସି, ସୈନିକ ସ୍କୁଲ ସାମିଲ ହୋଇଥିଲା । ଶେଷରେ ଗାନ୍ଧୀମାର୍ଗରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ୭୧ ତମ ସାଧାରଣତନ୍ତ୍ର ଦିବସକୁ ନେଇ ଉତ୍ସବ ମୁଖର ପୁରା ରାଜ୍ୟ । ଆଜି ସବୁଠି ଫର ଫର ଉଡୁଛି ତ୍ରିରଙ୍ଗା ।