ଗଣତନ୍ତ୍ର ଦିବସ ପାଇଁ ଏହି ବିଦ୍ୟାଳୟ ଗୁଡିକ ସାଂସ୍କୃତିକ କାର୍ଯ୍ୟକ୍ରମ କରିବେ ପରିବେଶଣ

ଗଣତନ୍ତ୍ର ଦିବସ ପାଇଁ ଚଳଚଞ୍ଚଳ ରାଜଧାନୀ ଦିଲ୍ଲୀ

94

ଗଣତନ୍ତ୍ର ଦିବସ ପାଇଁ ଚଳଚଞ୍ଚଳ ରାଜଧାନୀ ଦିଲ୍ଲୀ । ପ୍ରତ୍ୟେକ ଥର ପରି ଚଳିତବର୍ଷ ମଧ୍ୟ ଅନେକ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଗଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀରେ ସାଂସ୍କୁତିକ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ କିଛି ନିଦ୍ଧିଷ୍ଟ ସ୍କୁଲର ନାମ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ସୂଚନା ମିଳିଛି । ପାଖାପାଖି ୬୧୬ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଏକ ବିଶାଳ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭାଗ ନେଉଥିବାରୁ ବହୁପୂର୍ବରୁ ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ରାଷ୍ଟ୍ରପତିଙ୍କ ସହ ଅନେକ ଭିଭିଆଇପି ମାନେ ଏହି କାର୍ଯ୍ୟକ୍ରମରେ ରହିବେ ।

କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ବିଦ୍ୟାଳୟର ନାମ

ରାଜକୀୟ ପ୍ରତିଭା ବିକାଶ ବିଦ୍ୟାପୀଠ
ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗଣତନ୍ତ୍ର ଦିବସରେ ଅଂଶ ଗ୍ରହଣ କରିବେ । ନିଜର ନୃତ୍ୟ ମାଧ୍ୟମରେ ସେମାନେ ସେଠାରେ ଉପସ୍ଥିତ ଥିବା ଜନତାମାନଙ୍କୁ ବିଭିନ୍ନ ଦିଗରେ ସଚେତନ କରାଇବେ । ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୀବନ ଶୈଳୀ ଉପରେ ସେମାନେ ପ୍ରସ୍ତୁତ କରିଛନ୍ତି ।

ନେଭି ଚିଲଡ୍ରେନ ସ୍କୁଲ ଚାଣକ୍ୟପୁରୀ, ନୂଆଦିଲ୍ଲୀ

ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାପୁଙ୍କ ଉପରେ ‘ଜୟ ଘୋଷ’ ଉପରେ ନିର୍ଦ୍ଧାରିତ ଏକ କାର୍ଯ୍ୟକ୍ରମ କରିବେ । ସେ କିପରି ଭାବରେ ଅହିଂସାମାର୍ଗରେ କାମ କରୁଥିଲେ ତାହା ଉପରେ ଏହି ସମସ୍ତ କାର୍ଯ୍ୟକ୍ରମ ରହିବ । ଛାତ୍ରଛାତ୍ରୀମାନେ ଜୟ ଘୋଷ, ରାମ ଭଜନ ଓ ବୈଷ୍ଣବ ଉପରେ କାର୍ଯ୍ୟକ୍ରମ କରିବେ ବୋଲି ଜଣାପଡିଛି ।
କେନ୍ଦ୍ରୀୟ ବିଦ୍ୟାଳୟ, ପଶ୍ଚିମ ବିହାର, ଦିଲ୍ଲୀ

ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାପୁଜୀଙ୍କ ଆଦର୍ଶ ଉପରେ କାର୍ଯ୍ୟକ୍ରମ କରିବା ସ୍ଥିର ହୋଇଛି । ସତ୍ୟ ମେବ ଜୟତେର ଅର୍ଥ ଏବଂ ତାହାକୁ ନେଇ କିପରି ଭାବରେ ବାପୁଜୀ ଆଦର୍ଶ ଭାବି କାମ କରୁଥିଲେ ତାହାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବେ । କାରଣ ଗାନ୍ଧିଜୀ ଜଣେ ଏପରି ନେତା ଥିଲେ ଯିଏ କ. ସାରା ଦେଶରେ ଅହିଂସାରେ କପରି ସବୁ ସମ୍ଭବ ତାହା ଉପରେ ଲୋକମାନଙ୍କୁ ସଚେତନ କରୁଥିଲେ । ଏବଂ ବାପୁ ଦେଶ ପାଇଁ ଯାହା ସ୍ୱପ୍ନ ଦେଖିଥିଲେ ତାହାକୁ କାମରେ କିପରି କରିହେବ ସେନେଇ ଚେଷ୍ଟା ମଧ୍ୟ କରୁଥିଲେ ।

ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଣ୍ଟର, କୋଲକାତା

ପାଖାପାଖି ୧୫୦ ଛାତ୍ରଛାତ୍ରୀ ଦେଶର ସ୍ୱାଧୀନତା ପାଇଁ ବାପୁ କେତେ ନିଷ୍ଠାର ସହ କାମ କରିଥିଲେ ତାହାକୁ ବର୍ଣ୍ଣନା କରିବେ । ସ୍ୱାଧୀନତା ପାଇଁ ବାପୁ ଅନେକ ସ୍ୱପ୍ନ ଦେଖିଥିଲେ । କିପରି ଭାବରେ ଇଂରେଜମାନଙ୍କଠାରୁ ଦେଶକୁ ସ୍ୱାଧୀନତା ଦେବା ବାପୁ ଅନେକ ବଲଇଦାନ ଦେଇଥିଲେ ତାହାକୁ ନେଇ ସେଠାକାର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିବେଶଣ କରିବେ ବୋଲି ଜଣାପଡିଛି ।