ମାଲକାନଗିରିରେ ଚାଲିଛି ଜାପାନୀ ଜ୍ୱର ଦମନ ଅଭିଯାନ : ଦୁର୍ଗମ ବଣ୍ଡା ଘାଟିରେ ପହଁଚିଲା ସ୍ୱାସ୍ଥ୍ୟବିଭାଗର ସ୍ୱତନ୍ତ୍ର ଟିମ୍

20

କନକ ବ୍ୟୁରୋ : ଚାଲିଛି ଦମନ ଅଭିଯାନ । ତେବେ ଏହା କୌଣସି ମାଓ ବିରୋଧୀ ଅଭିଯାନ ନୁହେଁ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ଜାପାନୀ ଜ୍ୱରକୁ ରୋକିବାକୁ ଏବେ ଅଂଟା ଭିଡିଛି ପ୍ରଶାସନ । ଦୁର୍ଗମ ବଣ୍ଡା ଘାଟିରେ ସ୍ୱାସ୍ଥ୍ୟ ବିଭାଗ ପହଁଚି ରକ୍ତ ନମୂନା ସଂଗ୍ରହ କରୁଛି ।

ଜାପାନୀ ଜ୍ୱର ଯୋଗୁ ଗତ ବର୍ଷ କେବଳ ମାଲକାନଗିରି ଜିଲ୍ଲାରେ ୧୫୦ରୁ ଅଧିକ ଶିଶୁ ପ୍ରାଣ ହରାଇଥିଲେ । ତେବେ ଏଥର କିନ୍ତୁ ମାଲକାନଗିରି ଜିଲ୍ଲାକୁ ଜାପାନୀ ଜ୍ୱର ଓ ମ୍ୟାଲେରିଆ ମୁକ୍ତ କରିବାକୁ ଅଂଟା ଭିଡିଛି ଜିଲ୍ଲା ପ୍ରଶାସନ । ଗାଁ ଗାଁ ରେ ବୁଲି ପିଲା ଠାରୁ ବୁଢା ଯାଏଁ ସମସ୍ତଙ୍କ ରକ୍ତ ପରୀକ୍ଷା କରୁଛି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ । ରୋଗ ଚିହ୍ନଟ ହେବା ମାତ୍ରେ ତୁରନ୍ତ ଔଷଧ ମଧ୍ୟ ପ୍ରଦାନ କରୁଛନ୍ତି ଡାକ୍ତର । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ମଶାରୀ ବଂଟନ ସହ ଘରେ ଘରେ ବୁଲି ମଶାରୀ ବାନ୍ଧିବାକୁ ବଣ୍ଡା ଆଦିବାସୀଙ୍କୁ ବୁଝାଉଛନ୍ତି ।

ଦେଖନ୍ତୁ ଏହି ଭିଡିଓ –