ମଦରେ ଝୁମୁଛି ଓଡିଶା ! ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ

36

କନକ ବ୍ୟୁରୋ : ଆପଣ ଜାଣନ୍ତି ଆମ ରାଜ୍ୟରେ କେତେ ପ୍ରତିଶତ ଲୋକ ମଦ ପିଅନ୍ତି ? ହୁଏତ ଆପଣ ଜାଣିନଥିବେ । ଏହି ସଂଖ୍ୟା ହେଉଛି ୪୦ ପ୍ରତିଶତ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ, ମାତ୍ର କଥାଟି ସତ । ସହରାଂଚଳ ଅପେକ୍ଷା ଗ୍ରାମାଚଂଳରେ ମଦ୍ୟପାନ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ପକ୍ଷରୁ ହୋଇଥିବା ଏହି ଅନୁଧ୍ୟାନ ରିପୋର୍ଟ ଏଭଳି କିଛି ତଥ୍ୟ ସାମ୍ନାକୁ ଆଣିଛି ।

କୁହାଯାଏ ଓଡ଼ିଆ ଲୋକଙ୍କ ଜୀବନ ଶୈଳୀ ଖୁବ୍ ସରଳ । ରକ୍ଷଣଶୀଳ ପରିବେଶ ଭିତରେ ଆମେ ଓଡ଼ିଆମାନେ ଜୀବନଯାପନ କରୁ । ଆଉ ଏହାରି ଭିତରେ ସାଧାରଣ ପରିବାର ଗୁଡ଼ିକରେ ମଦ୍ୟପାନ ଅଭ୍ୟାସକୁ ଏକ ଭିନ୍ନ ଦୃଷ୍ଟିରେ ଦେଖାଯାଏ । କିନ୍ତୁ ସାଧାସିଧା ଜୀବନ ବଂଚିବାକୁ ଭଲ ପାଉଥିବା ଓଡ଼ିଆମାନଙ୍କ ମଧ୍ୟରେ ମଦ୍ୟପାନ ଭଳି ବିଳାସପୂର୍ଣ୍ଣ ଅଭ୍ୟାସ ରହିଛି ଏହି ରିପୋର୍ଟରୁ ସ୍ପଷ୍ଟ ହେଉଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଲା । ଏହି ମଦ୍ୟପାନ କ୍ଷେତ୍ରରେ ସହରାଂଚଳ ଲୋକଙ୍କ ଆଗରେ ରହିଛନ୍ତି ଗାଁ ଲୋକ । ସାଧାରଣରେ ଏକ ଧାରଣା ଥାଏ- ଭଲ ଲାଇଫ୍ ଷ୍ଟାଇଲ ଭିତରେ ବଂଚୁଥିବା ଲୋକମାନେ ହିଁ ମଦପିଅନ୍ତି । କିନ୍ତୁ ଏହି ଧାରଣାକୁ ଭୁଲ ପ୍ରମାଣିତ କରୁଛି ଏହି ରିପୋର୍ଟ ।

ଯେତେବେଳେ ସାରା ରାଜ୍ୟରେ ମଦ ବିରୋଧୀ ଅଭିଯାନ ଚାଲିଛି, ଏବଂ ରାଜ୍ୟରେ ସଂପୂର୍ଣ୍ଣ ମଦ ବନ୍ଦ ନେଇ ବିଭିନ୍ନ ସଂଗଠନ ଦାବି କରୁଛନ୍ତି । ଠିକ୍ ଏତିକି ବେଳେ ଓଡ଼ିଶାରେ ଲୋକଙ୍କ ମଦ୍ୟପାନ ନେଇ ଆସୁଥିବା ଏହି ରିପୋର୍ଟ, ମଦ ବିରୋଧରେ ଅଭିଯାନ ଚଳାଉଥିବା ଲୋକଙ୍କ ପାଇଁ ଚ୍ୟାଲେଂଜ୍ ବଢ଼ାଇ ଦେଇଛି ।