ମହାପ୍ରଭୁ ଉପାସ ରହିବା ପାଇଁ ଦାୟୀ କିଏ ? ନୀତି ପ୍ରଶାସକଙ୍କ ବିସ୍ଫୋରକ ରିପୋର୍ଟ, ଜାଣନ୍ତୁ କିଏ କିଏ ଏଥିପାଇଁ ଦାୟୀ

40

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ବିଭ୍ରାଟକୁ ନେଇ ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ଦେଇଛନ୍ତି ନୀତିି ପ୍ରଶାସକ । ଯେଉଁଥିରେ ବିଭ୍ରାଟର କାରଣ ନେଇ ରହିଛି ବିସ୍ଫୋରକ ତଥ୍ୟ । ଗତ ୧୬ ତାରିଖରେ ଶ୍ରୀମନ୍ଦିର ନୀତି ବିଳମ୍ବ ଓ ମହାପ୍ରସାଦ ନବାହାରିବା ପ୍ରସଙ୍ଗରେ ମୁଖ୍ୟତ ସେବାୟତଙ୍କୁ ଦାୟୀ କରାଯାଇଛି । ବିଶୃଙ୍ଖଳା ପାଇଁ କିଭଳି କିଛି ସେବକଙ୍କୁ ଅନ୍ୟ ସେବକ ମାନେ ଉସକାଇଥିଲେ ତାହାର ବିସ୍ତୁତ ତଥ୍ୟ ଦିଆଯାଇଛି । ହାଇକୋର୍ଟର ନିର୍ଦ୍ଦେଶନାମାକୁ ଭୁଲ ଭାବେ ତର୍ଜମା କରି ୫ଟି ନିଯୋଗର ସେବକ ମିଳିମିଶି ମହାପ୍ରଭୁଙ୍କ ନୀତି ଅଚଳ କରିଦେଇଥିବା ରିପୋର୍ଟରେ କୁହାଯାଇଛି ।

ଏହି ରିପୋର୍ଟରେ ଭିତରଛୁ ଭବାନୀ ମହାପାତ୍ର, ସୁଆର ମହାସୁଆର ନିଯୋଗର ଦାମୋଦର ମହାସୁଆର ଓ ପୂଜାପଣ୍ଡାର ନିଯୋଗର ମାଧବ ପୂଜାପଣ୍ଡାଙ୍କ ନାଁ ଉଲ୍ଲେଖ ରହିଛି । ଅବ୍ୟବସ୍ଥା ପାଇଁ ପ୍ରଧାନୀ ନିଯୋଗ ଏବଂ ମହାଜନ ନିଯୋଗକୁ ମଧ୍ୟ ଦାୟୀ କରାଯାଇଛି । ତେବେ ଦେଖିବାର କଥା ମନ୍ଦିର ପ୍ରଶାସନର ଏହି ରିପୋର୍ଟ ଆଧାରରେ ବିଭ୍ରାଟ ପାଇଁ ଦାୟୀ ସେବକଙ୍କ ବିୀରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛି ଶ୍ରୀମନ୍ଦିର ପ୍ରଶାସନ ।